ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ, ଟ୍ବିଟ କରି କହିଲେ,‘ ନିର୍ବାଚନ ମୁଁ ଜିତିଛି’

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ। ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନିବାକୁ ଅରାଜି। ସେ ଜିଦ୍ କରି ନିଜ ଆସନରୁ ହଟୁ ନାହାଁନ୍ତି। ଏବେ ଟ୍ରମ୍ପ୍ ଟ୍ୱିଟ୍ କରି ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।

ରବିବାର ନିଜ ପରାଜୟ ସ୍ୱୀକାର କରିଥିବା ଟ୍ରମ୍ପ୍ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ମୁଁ ନିର୍ବାଚନ ଜିତିଲି।’

ଏହାପୂର୍ବରୁ ଟ୍ରମ୍ପ୍ ନିର୍ବାଚନରେ ନିଜର ପରାଜୟ ସ୍ୱୀକାର କରିଥିଲେ। ବାଇଡେନ୍ ବିଜୟୀ ହୋଇଥିବା ସେ ମାନିଥିଲେ। କିନ୍ତୁ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ଲଗାତର ଭାବେ ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ୱିଟ୍ କରି ଆସୁଛନ୍ତି। ସେ ଅନ୍ୟ ଏକ ଟ୍ୱିଟରେ କହିଥିଲେ ଯେ, ବାଇଡେନ୍ ନିର୍ବାଚନ ଜିତିଛନ୍ତି କିନ୍ତୁ ଭୋଟିଂରେ ଟ୍ୟାମ୍ପରିଂ ହୋଇଛି। ଏଥିରେ ଡାମିନିୟମ ନାମକ ଏକ କମ୍ପାନୀ ବାଇଡେନଙ୍କୁ ସାହାଯ୍ୟ କରିଛି । ଏପରିକି ଫେକ୍ ମିଡିଆରେ ହିଁ ବାଇଡେନ୍ ଜିତିଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ଯ, ବାଇଜେନ ୫୩୮ରୁ ୩୦୬ ଭୋଟ ପାଇଥିବା ବେଳେ ଟ୍ରମ୍ପ ୨୩୨ ଭୋଟ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.