କରୋନାକୁ ନେଇ ଔଷଧ କୁଟନୀତି: ଭାରତ ମେଡିସିନ୍‌ ରପ୍ତାନି ପାଇଁ ଅନୁମତି ଦେଇନଥିଲେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା ବୋଲି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: କରୋନାକୁ ନେଇ ଆରମ୍ଭ ହୋଇଛି ଔଷଧ କୁଟନୀତି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋ କ୍ଲୋରୋକୁଇନ୍‌ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ମୋଦି ମଧ୍ୟ ଟ୍ରମ୍ପଙ୍କ ଅନୁରୋଧକୁ ରକ୍ଷା କରି ଆମେରିକାକୁ ଔଷଧ ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି । ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି ।

medicineଏହା ପରେ ଟ୍ରମ୍ପ କହିଛନ୍ତି, ଭାରତ ଔଷଧ ରପ୍ତାନି ପାଇଁ ଅନୁମତି ଦେଇନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା । ଆମେରିକା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହାଇଡ୍ରୋ କ୍ଲୋରୋକୁଇନ୍‌ ଔଷଧ ବ୍ୟବହାର କରୁଛି । ସେପଟେ ଭାରତକୁ ଏକ ଲକ୍ଷ ୭୦ ହଜାର ପର୍ସନାଲ ପ୍ରୋଟେକ୍ସନ୍‌ କିଟ୍‌ ପଠାଇଛି ଚୀନ୍‌ । ଖୁବ୍‌ ଶୀଘ୍ର ଆଉ ୨୦ ହଜାର ପର୍ସନାଲ ପ୍ରୋଟେକ୍ସନ୍‌ କିଟ୍‌ ପଠାଇବ ଚୀନ୍‌ । ଏସବୁକୁ ବିଭିନ୍ନ ହସ୍ପିଟାଲକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.