ଥମିଲା ଆମେରିକା ଚୀନ ଟ୍ରେଡ ୱାର। ବର୍ଦ୍ଧିତ ଟାରିଫ ଉପରେ ୯୦ ଦିନ ପାଇଁ ସ୍ଥଗିତାଦେଶ ଜାରି ହୋଇଛି । ଉଭୟ ଦେଶ ମଧ୍ୟରେ ଆଲୋଚନାରୁ ଏନେଇ ସହମତି ହୋଇଛି । ଏହି ୯୦ ଦିନ ଭିତରେ ଆମେରିକା ଚୀନ ଉପରେ ଟାରିଫ ୧୪୫ ପ୍ରତିଶତରୁ ୩୦ ପ୍ରତିଶତକୁ କମାଇବାକୁ ଓ ଚୀନ ଆମେରିକା ଉପରେ ଟାରିଫ ୧୨୫ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇବାକୁ ରାଜି ହୋଇଛନ୍ତି ।
ଜେନେଭାରେ ଦୁଇ ଦିନ ଧରି ଆମେରିକା ଓ ଚୀନ ମଧ୍ୟରେ ଆଲୋଚନାରୁଏହି ସୁଫଳ ମିଳିଛି । ପୂର୍ବରୁ ଦୁଇ ଦେଶ ଭିତରେ ଘନେଇଥିଲା ଟାରିଫ ୱାର । ଆମେରିକା ଚୀନ ଉପରେ ବର୍ଦ୍ଧିତ ଟାରିଫ ଲାଗୁ କରିବା ପରେ ଚୀନ ମଧ୍ୟ ପଛଘୁଞ୍ଚା ଦେଇନଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଉପରେ ସାରା ବିଶ୍ବର ନଜର ରହିଥିଲା ।
Also read: ତେଜୁଛି ଆମେରିକା-ଚୀନ ଟ୍ରେଡ ୱାର ,ଚୀନ ଉପରେ ଟାରିଫ ୨୪୫ ପ୍ରତିଶତକୁ ବୃଦ୍ଧି ହୋଇଥିବା ଚର୍ଚ୍ଚା