ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ

୧-ଆକ୍ରମଣ ବନ୍ଦ କରିବାକୁ ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ।

୨-ଲାହୋର, କରାଚି ଓ ପେଶାୱରରେ ଭାରତର ଘନ ଘନ ଆକ୍ରମଣ ।

୩-ଭାରତୀୟ ସେନା ପାକିସ୍ତାନର ଦୁଇ ଜଣ ପାଇଲଟଙ୍କୁ କବଜାକୁ ନେଇଥିବା ସୂଚନା ।

୪-ଜମ୍ମୁ କଶ୍ମୀରରେ ପାକିସ୍ତାନର ଆକ୍ରମଣ ବିଫଳ ହୋଇଛି । କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

୫-ପାକିସ୍ତାନରେ କର୍ଫ୍ୟୁ ଜାରି କରାଯାଇଥିବା ସୂଚନା ମିଳିଛି ।

୬-ଭାରତୀୟ ନୌସେନା ମଧ୍ୟ ଭାରତ ପକ୍ଷରୁ ଆକ୍ରମଣରେ ସାମିଲ ହୋଇଛି ।

୭-ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀ ନିଜ ସହିତ ସରକାରୀ ପରିଚୟପତ୍ର ଆଣିବେ । ସାଙ୍ଗରେ କେବଳ ୭ କେଜି ଓଜନର ହ୍ୟାଣ୍ଡବ୍ୟାଗ ହିଁ ଆଣି ପାରିବେ । ବୋର୍ଡିଂ ପୂର୍ବରୁ ସେମାନଙ୍କର ଦୁଇଥର ଚେକିଂ ହେବ । ତେଣୁ ବିମାନ ଛାଡ଼ିବା ସୟମର ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି ।

୮-ସୀମାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ ।

୯-ଦିଲ୍ଲୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଗଲା ।

୧୦-ପଞ୍ଜାବ ଅମୃତସରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କରାଯାଇଛି । ଘର ବାହାର ସବୁ ଲାଇଟ୍ ଲିଭି ଅନ୍ଧାରରେ ଡୁବି ଯାଇଛି ପୂରା ସହର ।

୧୧-ରାତି ୧୧ଟା ପରେ ପାକିସ୍ତାନ ତରଫରୁ ବାୟୁସେନା ଆକ୍ରମଣ ଥମି ଯାଇଛି । ହେଲେ ଜମ୍ମୁ କଶ୍ମୀର ସୀମାରେ ଆକ୍ରମଣ ଜାରି ରହିଛି ।