ଇସ୍ରାଏଲ-ଇରାନ ଯୁଦ୍ଧରେ ଟ୍ରମ୍ପଙ୍କ ଚେତାବନୀ, ତେହେରାନ୍ ଛାଡିବାକୁ ଦେଲେ ଆହ୍ବାନ

ତେହେରାନ ଉପରେ ହେବ ଭୟଙ୍କର ଆକ୍ରମଣ । ତୁରନ୍ତ ତେହରାନ ଛାଡିବାକୁ ଆହ୍ବାନ ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଇସ୍ରାଏଲ -ଇରାନ ଉତ୍ତେଜନା ଭିତରେ ଟ୍ରମ୍ପଙ୍କ ଏପରି ବୟାନ, ଇରାନ ଉପରେ ବଡ଼ ଆକ୍ରମଣ ଆଶଙ୍କା ବଢ଼ି ଯାଇଛି । ଇରାନକୁ କଡା ଚେତାବନୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, “ମୁଁ କହିଥିବା ଚୁକ୍ତିରେ ଇରାନ ସ୍ୱାକ୍ଷର କରିବା ଉଚିତ ଥିଲା । ଏହା ଲଜ୍ଜାଜନକ ଏବଂ ମାନବ ଜୀବନର ନଷ୍ଟ । କହିବାକୁ ଗଲେ, ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ । ମୁଁ ଏହା ବାରମ୍ବାର କହିଛି । ସମସ୍ତେ ତୁରନ୍ତ ତେହେରାନ ଛାଡିବା ଉଚିତ । ଆହୁରି ମଧ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେପରି ବାଣିଜ୍ୟ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନା ହ୍ରାସ କରିଛି । ସେହିପରି ସେ ଇସ୍ରାଏଲ୍ ଏବଂ ଇରାନକୁ ଆଲୋଚନା ଟେବୁଲକୁ ଆଣିପାରିବେ ।
ଏହାସହ ତୁରନ୍ତ ତେହେରାନ ଛାଡିବାକୁ ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଜି-୭ ସମ୍ମିଳନୀରେ ଯୋଗ ଦେବାକୁ କାନାଡା ଯାଇଥିଲେ । କିନ୍ତୁ ମଧ୍ୟପ୍ରାଚ୍ୟ ସ୍ଥିତି ଦେଖି ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ଆମେରିକା ଫେରିଛନ୍ତି ଟ୍ରମ୍ପ । ତେଣୁ ଅନେକ ଅନୁମାନ କରାଯାଉଛି, ଇରାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ।
ଅନ୍ୟପଟେ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଛି ଜୋରଦାର ଆକ୍ରମଣ ବଢି ଚାଲିଛି । ଇସ୍ରାଏଲ ଆକ୍ରମଣରେ ଏ ପର୍ଯ୍ୟନ୍ତ ଇରାନର ୨୨୪ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି ଇରାନ ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି ।
Also Read : ଇସ୍ରାଏଲ ଭିତରେ ହେଉଛି ଭୟଙ୍କର ଯୁଦ୍ଧ, ରୋକି ହେବ କି ନାହିଁ ଜଣାନାହିଁ