କାମ କରୁନଥିବା ନେଇ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ଟ୍ରମ୍ପ, କହିଲେ, “କରୋନା ଉପରେ ସକାଳୁ ରାତି ଯାଏଁ କାମ କରୁଛି”

କରୋନାକୁ ନେଇ ଏବେ ସବୁ ଦେଶ ବ୍ୟସ୍ତ ବିବ୍ରତ ଅଛନ୍ତି। ଏହି ଭାଇରସକୁ ସମୂଳେ ନାଶ କରିବା ପାଇଁ ସମସ୍ତ ରାଷ୍ଟ୍ର ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ମିଡିଆରେ ପ୍ରସାରିତ ଏକ ଖବରକୁ ଖଣ୍ଡନ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି ଯେ ସେ ଆରାମ କରୁନାହାନ୍ତି ବରଂ ସକାଳୁ ରାତି ଯାଏଁ କାମ କରୁଛନ୍ତି। ଟ୍ୱିଟ କରି ଏଭଳି ସୂଚନା ଦେଇଛନ୍ତି ଟ୍ରମ୍ପ। ବାଣିଜ୍ୟିକ କାରବାର, ସୁରକ୍ଷା ଓ ସେନା ବାହିନୀ ଉପରେ କାମ କରୁଥିବାରୁ ଅନେକ ଦିନ ହେବ ସେ ହ୍ଵାଇଟ ହାଉସରୁ ବାହାରିନଥିବା କହିଛନ୍ତି। ଏକ ଗଣମାଧ୍ୟମ ତାଙ୍କ କାମ ଓ ଭୋଜନ ଉପରେ ଖବର ଛାପିଥିଲା, ଯିଏ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ।

Trump tweet: Donald Trump finally admits “fake news” just means ...

ଟ୍ରମ୍ପ କହିଛନ୍ତି ଯେ ଯିଏ ମୋତେ ଓ ଦେଶର ଇତିହାସକୁ ଜାଣିଛନ୍ତି ସେମାନେ କୁହନ୍ତି ଯେ ମୁଁ ସବୁଠୁ ଅଧିକ କାମ କରୁଥିବା ରାଷ୍ଟ୍ରପତି। ମୁଁ ସେ ବିଷୟରେ ଜାଣିନାହିଁ କିନ୍ତୁ ମୁଁ ଜଣେ କର୍ମଠ କାର୍ଯ୍ୟକର୍ତ୍ତା ଓ ଅନ୍ୟ ପୂର୍ବ ରାଷ୍ଟ୍ରପତିଙ୍କ ତୁଳନାରେ ଗତ ୩ ବର୍ଷ ମଧ୍ୟରେ ଅନେକ କିଛି ସମ୍ଭବ କରିଦେଖାଇଛି ଯାହା ଆଗୁରୁ ହୋଇନଥିଲା। ମୁଁ ମିଥ୍ୟା ଖବରକୁ ଘୃଣା କରେ।

ହ୍ଵାଇଟ ହାଉସର ଚିଫ୍ ଅଫ ଷ୍ଟାଫ ମାର୍କ ମେଅଡୋସ କହିଛନ୍ତି ଯେ ଟ୍ରମ୍ପ ସକାଳ ୬.୩୦ରୁ ଫୋନ କରିବା ଆରମ୍ଭ କରିଦିଅନ୍ତି। ବେଳେବେଳେ ସେ ଜଳଖିଆ ଓ ଲଞ୍ଚ କରିବାକୁ ମଧ୍ୟ ଭୁଲି ଯାଆନ୍ତି। ଏଣୁ ମୋର ସବୁଠୁ ବଡ଼ ଚିନ୍ତା ଥାଏ ଯେ ରାଷ୍ଟ୍ରପତିଙ୍କୁ ଯଥାଶୀଘ୍ର ଭୋଜନ ଦିଆଯାଉ, ନଚେତ ଏହା ପରେ ତାଙ୍କ ସିଡ୍ୟୁଲ ବହୁତ ବିଜି ହୋଇଯିବ।

coronavirus pandemic: Avoid discretionary travel, eating out ...

ସୂଚନାଯୋଗ୍ୟ ଯେ ଆମେରିକାର ଏକ ଖବରକାଗଜରେ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଟ୍ରମ୍ପ କିଛି ଦିନ ହେବ ଦ୍ୱିପ୍ରହର ପରେ ଅଫିସ ଯାଉଛନ୍ତି ଓ ହ୍ଵାଇଟ ହାଉସର ମାଷ୍ଟର ବେଡ଼ରୁମ କିମ୍ବା ନିଜ ଡାଇନିଂରେ ସକାଳ ଓ ସନ୍ଧ୍ୟା ବିତାଉଛନ୍ତି। ସେ ହ୍ଵାଇଟ ହାଉସର କରୋନା ଟାସ୍କଫୋର୍ସଙ୍କ ବ୍ରିଫିଙ୍ଗରେ ଭାଗ ନେଇନଥିବା ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.