ଟ୍ରମ୍ପଙ୍କର ବଢ଼ିଲା ଚିନ୍ତା ! ଏଣିକି ପ୍ରତିଦିନ କରାଇବେ ନିଜର କରୋନା ଟେଷ୍ଟ, କିନ୍ତୁ କାହିଁକି ଜାଣନ୍ତୁ

ୱାସିଙ୍ଗଟନ : ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା। ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ କରୋନା ପଜିଟିଭ ଚିହ୍ନଟ। ଏହି ସଂକ୍ରମିତ ବ୍ୟକ୍ତି ଜଣଙ୍କ ଆମେରିକାର ନୌସେନା ସମ୍ପର୍କରେ ଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କର ବ୍ୟକ୍ତିଗତ ସେବାରେ ନିୟୋଜିତ ଥିଲେ। ହ୍ଵାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଚିନ୍ତା କରିବାର କୌଣସି କାରଣ ନାହିଁ, ଟ୍ରମ୍ପଙ୍କର ରିପୋର୍ଟ ନେଗେଟିଭ ଆସିଛି। ତେବେ ଏହି ଘଟଣା ପରେ ଟ୍ରମ୍ପ କହିଛନ୍ତି ଯେ ଏବେ ସେ ପ୍ରତିଦିନ ଥରେ ଲେଖାଁଏ କରୋନା ସଂକ୍ରମଣ (Covid-19) ଟେଷ୍ଟ କରାଇବେ।

ସୂଚନା ଅନୁଯାୟୀ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ମିଲିଟାରୀ ୟୁନିଟର ଅଂଶ ଅଟନ୍ତି। ଏଥିସହିତ ସ୍ୱ ରାଷ୍ଟ୍ରପତିଙ୍କ ପରିବାରର ରକ୍ଷଣାବେକ୍ଷଣ କାମ କରୁଥିଲେ। ଏହି ବ୍ୟକ୍ତି ରାଷ୍ଟ୍ରପତି ଏବଂ ତାଙ୍କ ପରିବାରର ବହୁତ ଘନିଷ୍ଠ ଅଟନ୍ତି। କୁହାଯାଉଛି ଯେ ବ୍ୟକ୍ତିଗତ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ବାହାରିବା ପରେ ଟ୍ରମ୍ପ ବହୁତ ଅସନ୍ତୁଷ୍ଟ ଥିବା କୁହାଯାଉଛି। ସେହିପରି ଏହି ଘଟଣା ପରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କର ମଧ୍ୟ ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି।

Leave A Reply

Your email address will not be published.