ଭୂକମ୍ପରେ ଥରିଲା ଆମେରିକାର ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ଭୂକମ୍ପରେ ଥରିଲା ଆମେରିକାର ଉତ୍ତର କାଲିଫର୍ଣ୍ଣିଆ । କାଲିଫର୍ନିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ଥିଲା । ଗୁରୁବାର ସକାଳ ୧୦:୪୪ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନାହିଁ । ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫନେଡେଲରୁ ୧୦୦ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଭୂକମ୍ପ ପରେ ଲୋକେ ଭୟରେ ଘର ଓ ଅଫିସରୁ ବାହାରକୁ ଚାଲି ଆସିଥିଲେ । ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ ହଜାରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି। ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ ।

ସୂଚନା ଅନୁଯାୟୀ, ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ଲୋକମାନେ କହିଥିଲେ ଯେ କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସେମାନେ ଏକ ସୁଇଙ୍ଗରେ ଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହୋଇଥିଲା ।

ଆମେରିକୀୟ ଏଜେନ୍ସି ଅନୁଯାୟୀ, ଏହି ୭.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ କାଲିଫର୍ଣ୍ଣିଆରେ ଅତି କମରେ ୫:୩ ନିୟୁତ ଲୋକ ସୁନାମି ହେବାର ଆଶଙ୍କା ମଧ୍ୟ କରିଛନ୍ତି ।

ସୂଚନା ମୁତାବକ, ସୁନାମି ସତର୍କ ସୂଚନା ଜାରି କରାଯାଇଛି ଯେ ପ୍ରବଳ ତରଙ୍ଗ ଏବଂ ସ୍ରୋତ ନିକଟ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ପକାଇପାରେ । ଏଥିସହ ଲୋକଙ୍କୁ ସତର୍କ ରହିବ ପାଇଁ କୁହାଯାଇଛି ।