ଇଣ୍ଡୋନେସିଆ ପରେ ଦୋହଲିଲା ସୋଲୋମନ ଦ୍ୱୀପ, ଭୂମିକମ୍ପ ତୀବ୍ରତା ୭.୦

ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍ଲେଲରେ ତୀବ୍ରତା ୭.୦ ରହିଛି । ଏହାପରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂମିକମ୍ପରେ କେତେ ଜୀବନ ହାନୀ କିମ୍ବା କ୍ଷତି ବିଷୟରେ କିଛି ଖବର ମିଳିନାହିଁ । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଆଜି ସକାଳ ୭ଟା ୩୩ ମିନିଟରେ ଭୂମିକମ୍ପ ଆସିଥିଲା। ଯାହାର ୧୦ କିମି ଗଭୀରରେ ଏହାର କେନ୍ଦ୍ର ରହିଛି।

ଆମେରିକାର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ୩୩ ମିନିଟରେ ସୋଲୋମନ ଦ୍ବୀପରେ ଭୂମିକମ୍ପ ଝଟକା ଲଗିଥିଲା । ଭୂମିକମ୍ପରେ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଭୟଙ୍କର ଭୂମିକମ୍ପ ପରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଲୋକ । ତେବେ ଏଥିରେ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ ।

ତେବେ ସୂଚନାଯୋଗ୍ୟ, ସୋମବାର ଦିନ ଇଣ୍ଡୋନେସିଆରେ ୫.୫ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏଥିରେ ୧୬୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ ଅନେକ ନିଖୋଜଙ୍କ ପତ୍ତା ମିଳୁନାହିଁ ।

ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୩୧ରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିଲା । ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାଞ୍ଜୁର ଅଞ୍ଚଳରେ ଭୂ-ପୃଷ୍ଠରୁ ୧୦ କିମି ଗଭୀରତାରେ ଥିବା ଜଣାପଡ଼ିଛି ।

ସିୟାଞ୍ଜୁର ଜିଲ୍ଲାର ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଭୂମିକମ୍ପ ଯୋଗୁ ଅନେକଗୁଡ଼ିଏ ବିଲ୍ଡିଂ ଭାଙ୍ଗି ରୁଜି ଯାଇଛି । ଗ୍ରେଟର ଜାକର୍ତ୍ତା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ସେଠାରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକ ୩ ମିନିଟ୍ରୁ ଅଧିକ ସମୟ ଧରି ଦୋହଲିଥିଲା ।

Leave A Reply

Your email address will not be published.