ଦେଶ ବିଦେଶ

ମାତ୍ର ୫୦୦ ଟଙ୍କା ଚାଲାଣକୁ ନେଇ ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ ଟିଟିଇ: ଯାତ୍ରୀ ମୃତ, ଟିଟିଇ ଗିରଫ

ମରିଯାଉଛି ମଣିଷର ମାନବିକତା। ଦିନକୁ ଦିନ ମଣିଷ ଏତେ କ୍ରୁର ହେଉଛି କାହିଁକି। କରୋନା ମହାମାରୀ ଅନେକଙ୍କ ଜୀବନ ନେଉଥିବା ବେଳେ ମଣିଷ ମଧ୍ୟ ମାନବିକତା ଭୁଲିଯାଉଛି। ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଦୁଃଖରେ ଭାଙ୍ଗିପଡିବେ। କରୋନା କାଳରେ ଲକଡାଉନ ପାଇଁ ଠପ୍ ହୋଇପଡିଛି ଜୀବନ ଜୀବିକା । ସେଥିପାଇଁ ନିଜ ନିଜର ଜୀବନ ବଞ୍ଚାଇବାକୁ ପ୍ରବାସୀଙ୍କ ଘରକୁ ଫେରୁଛନ୍ତି। । ଏମିତି ଜଣେ ପ୍ରବାସୀ ଟ୍ରେନ୍ ଯୋଗେ ଘରକୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ ଟିଟିଇ । ଟ୍ରେନରୁ ଖସିପଡି ଯାତ୍ରୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମାତ୍ର ୫୦୦ ଟଙ୍କା ପାଇଁ ଟିଟିଇ ଜଣକ ଏପରି କରିଛନ୍ତି। ଟିଟିଇକୁ ଜିଆରପି ଗିରଫ କରିଛି।

ସୂଚନା ମୁତାବକ, ସିକନ୍ଦରାବାଦରୁ ଲକ୍ଷ୍ନୌ ଯାଉଥିବା ଏକ ସ୍ପେଶାଲ ଟ୍ରେନ ୦୨୫୯୦ରେ ଏପରି ଘଟଣା ଘଟିଛି । ସିକନ୍ଦରାବାଦରେ ଚାକିରି କରୁଥିଲେ ଲକ୍ଷ୍ନୌର ବସନ୍ତ । ଦେଶରେ ଲକଡାଉନ ଚାଲୁଥିବାରୁ ବସନ୍ତ ଚାକିରି କରୁଥିବା ଅଫିସ ବନ୍ଦ ହୋଇପଡିଥିଲା । ଫଳରେ ସେ ତାଙ୍କ ଭିଣୋଇ ଗୋବିନ୍ଦଙ୍କ ସହ ଟ୍ରେନ ଯୋଗେ ଘରକୁ ଫେରୁଥିଲେ । ଲକ୍ଷ୍ନୌ ବାଦଶାହା ଷ୍ଟେସନରେ ଚେକିଂ ଆରମ୍ଭ କରିଥିଲେ ଟିଟିଇ । ଏହି ସମୟରେ ଭିଣୋଇ ଗୋବିନ୍ଦ ନିଜର ଟିକେଟ ଦେଖାଇଥିଲେ କିନ୍ତୁ, ବସନ୍ତଙ୍କ ପାଖରେ ଟିକେଟ ନଥିଲା । ରିଜରଭେସନ କରିବା ପରେ ତରବରିଆ ଭାବେ ଟିକେଟ୍ ଆଣିବାକୁ ଭୁଲିଯାଇଥିଲେ । ତେବେ ଟିଟିଇ ଜଣଙ୍କ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲେ । ବସନ୍ତ ୧୦୦୦ ଟଙ୍କା ଦେବାପରେ ଆଉ ୫୦୦ ନାହିଁ ବୋଲି କହିଥିଲେ । ଫଳରେ ଟ୍ରେନରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗିଯାଇ ବସନ୍ତଙ୍କୁ ବାଡେଇବା ସହ ଟ୍ରେନରୁ ପେଲିଦେଇଥିଲେ ଟିଟିଇ ।

ତେବେ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନ୍ ଅଟକାଇଥିଲେ ସୁଦ୍ଧା ଟ୍ରେନରୁ ଖସିପଡି ବସନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଅଭିଯୁକ୍ତ ଟିଟିଇକୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago