ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ବଡ଼ ଦାୟିତ୍ୱ ଦେଲେ ଟ୍ରମ୍ପ, ହେଲେ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟିମ୍ ଗଠନ କରିଛନ୍ତି । ତାଙ୍କ କ୍ୟାବିନେଟ୍ରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି । ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ । ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଛନ୍ତି । ଗଓ୍ୱାର୍ଡ ଚାରିଥର ସାଂସଦ ରହିଛନ୍ତି ।
ଟ୍ରମ୍ପ ଏକ ବୟାନ ଜାରି କହିଛନ୍ତି, ମୁଁ ଘୋଷଣା କରି ବହୁତ ଖୁସି । ପୂବର୍ତନ ଲେଫ୍ଟନାଣ୍ଟ କର୍ନଲ ତୁଲସୀ ଗଓ୍ୱାର୍ଡ ଡିଏନଆଇ ଭାବେ ସେବା ଯୋଗାଇବେ । ଦୁଇ ଦଶକରୁ ଅଧିକ ସମୟ ଧରି ତୁଲସୀ ଆମ ଦେଶ ଏବଂ ସମସ୍ତ ଆମେରିକୀୟଙ୍କ ପାଇଁ ସ୍ବାଧୀନତା ପାଇଁ ଲଢେଇ କରୁଛନ୍ତି ।
ପୂର୍ବତନ କଂଗ୍ରେସ ସଦସ୍ୟ ତୁଲସୀ ଗଓ୍ୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି । ତୁଲସୀ ଜଣେ ଅଭିଜ୍ଞ ସୈନିକ । ବିଭିନ୍ନ ସମୟରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାର ଯୁଦ୍ଧ ଜୋନ୍ରେ ନିୟୋଜିତ ଥିଲେ । ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ । ତୁଲସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି ।
୪୩ ବର୍ଷୀୟ ତୁଲସୀ ଗଓ୍ୱାର୍ଡଙ୍କ ଜନ୍ମ ଆମେରିକାର ସୋମାଓରେ ହୋଇଥିଲା । ପିଲାବେଳ ଫିଲିପିନ୍ସରେ ବିତାଇଥିବେଳେ ହୱାଇରେ ଲାଳନପାଳନ ହୋଇଥିଲା । ମାତ୍ର ୨୧ ବର୍ଷ ବୟସରେ ହୱାଇର ପ୍ରତିନିଧି ଭାବେ ଚୟନ କରାଯାଇଥିଲା । ୯/୧୧ ଆତଙ୍କୀ ଆକ୍ରମଣ ପରେ ସେ ଆର୍ମି ନାସନାଲ ଗାର୍ଡରେ ଭର୍ତ୍ତି ହୋଇଥିଲେ ।
ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ପ୍ରତିରକ୍ଷା ସଚିବଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପ୍ରତିରକ୍ଷା ସଚିବ ପଦ ପାଇଁ ଟ୍ରମ୍ପ ଫକ୍ସ ନ୍ୟୁଜ୍ ହୋଷ୍ଟ, ଲେଖକ ତଥା ଅବସରପ୍ରାପ୍ତ ସେନା ପିଟ୍ ହେଗସେଥଙ୍କୁ ଚୟନ କରିଛନ୍ତି । ୪୪ ବର୍ଷୀୟ ପିଟ୍ ହେଗସେଟ୍ ଆଫଗାନିସ୍ତାନ ଏବଂ ଇରାକରେ ସୈନ୍ୟବାହିନୀରେ କାର୍ଯ୍ୟ କରିଛନ୍ତି ।