ଦେଶ ବିଦେଶ

ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍‌, ଉଦ୍ଧାର କାର୍ଯ୍ୟ ଯେତିକି ବଢୁଛି ସେତିକି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି

ନୂଆଦିଲ୍ଲୀ : ତୁର୍କୀରେ ବଢୁଛି ଦୁଃଖ । ୨୪ ଟପିଲା ଭୂକମ୍ପ ମୃତ୍ୟୁ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଛନ୍ତି । ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ପଞ୍ଚମ ଦିନରେ ଚାଲିଛି ଅପରେସନ୍‌ ଆର୍ଥକ୍ୱେକ୍‌ । ସଂଘର୍ଷ କରୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଉଛି ଜୀବନ । ପ୍ରତି ମୁହୂର୍ତ୍ତରେ ବଢୁଛି ମୃତ୍ୟୁସଂଖ୍ୟା । ଭଙ୍ଗା କୋଠା ତଳେ କେଉଁଠି ସାହାଯ୍ୟ ଅପେକ୍ଷାରେ ଜୀବନ ରହିଛି ତ କେଉଁଠି ମୃତଦେହ ପଡିରହିଛି। କେହି କେହି ଅଳ୍ପକେ ବର୍ତ୍ତିଯାଇଛନ୍ତି ହେଲେ ପରିବାରର ସମସ୍ତଙ୍କୁ ହରାଇଛନ୍ତି ।

ଏବେବି ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି ଲକ୍ଷାଧିକ ଲୋକ । ଉଦ୍ଧାର କାର୍ଯ୍ୟ ଯେତିକି ବଢୁଛି ସେତିକି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। କେଉଁଠି ବାପା-ଝିଅର ମୃତଦେହ ମିଳୁଛି ତ, ଆଉ କେଉଁଠି ମାଆର ମୃତଦେହ ପାଖରେ ବସିଛି ନବଜାତ । ଉଦ୍ଧାର କାର୍ଯ୍ୟ ଆହୁରି ଅନେକ ବାକି ଅଛି । ଉତ୍ତର ସିରିଆରେ ମାଇନସ ତଳେ ତାପମାତ୍ରା। ଅନ୍ୟପଟେ ଭୂକମ୍ପ ବିପର୍ଯ୍ୟୟ ଆଉ ଏକ ବିପର୍ଯ୍ୟାୟକୁ ହାତଠାରି ଡାକୁଛି। ପେଟରେ ଭୋକ ବଢ଼ୁଛି। ଲକ୍ଷଲକ୍ଷ ଲୋକଙ୍କ ମୁଣ୍ଡରେ ଛାତ ନାହିଁ। ଶୀତର ପ୍ରକୋପ ସହି ହେଉନି । ଘର ନଥିବାରୁ ଲୋକମାନେ ବିଯୁକ୍ତ ୨ ଡିଗ୍ରି ସେଲସିୟସ ତାପମାତ୍ରାରେ କାର୍‌ରେ ଏବଂ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି । ହତୟରେ ବିମାନବନ୍ଦର ରନ୍‌ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି । ଦ୍ୱିତୀୟ ବିପର୍ଯ୍ୟୟ ଆଶଂକା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ସେପଟେ ଆଗକୁ ସିରିୟା ସ୍ଥିତି ଅଧିକ ଜଟିଳ ହୋଇଯିବା ଆଶଙ୍କା କରାଯାଉଛି। ସିରିୟାର କିଛି ଅଂଶରେ ଏବେ ବି ଅନ୍ତର୍ଜାତୀୟ ସହାୟତା ପହଞ୍ଚିପାରୁନି। ତୁର୍କୀ ସିରିୟାକୁ ସହାୟତା ପଠାଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ  ତୁର୍କୀ ଏବଂ ସିରିୟା ଗସ୍ତରେ ଯାଇଛନ୍ତି। ଆମେରିକା ତୁର୍କୀ ଏବଂ ସିରିୟାକୁ ୮୫ ନିୟୁତ ଡଲାର ମାନବୀୟ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିବା ବେଳେ ବିଶ୍ବ ବ୍ୟାଙ୍କ ତୁର୍କୀକୁ ୧.୭୮ ବିଲିଅନ ଡଲାର ସହାୟତା ପ୍ରଦାନ ଘୋଷଣା କରିଛି।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

17 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

19 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

59 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago