ଦେଶ ବିଦେଶ

ତୁର୍କୀରେ ୧୨ ହଜାର କୋଠା ଧ୍ୱଂସ! ଖରାପ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ; ୧୩୦ ବିଲଡର ଗିରଫ

ତୁର୍କୀ ଏବଂ ସିରିଆରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ଧ୍ୱଂସର ତାଣ୍ଡବ ରଚିଛି। ଗତ ୬ ଫେବୃଆରୀ ଅନୁଭୂତ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ଏ ପର୍ଯ୍ୟନ୍ତ ୩୪,୦୦୦ ଲୋକଙ୍କର ଜୀବନ ନେଇସାରିଲାଣି। ଭୂମିକମ୍ପରେ ୧୨ ହଜାରରୁ ଅଧିକ କୋଠା ଧ୍ୱଂସ ପାଇଯାଇଛି। ଏଭଳି ସ୍ଥିତିରେ ବର୍ତ୍ତମାନ ତୁର୍କୀ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏଠାରେ ନିମ୍ନମାନର କୋଠା ନିର୍ମାଣ କରିଥିବା ବିଲଡର ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି।

ତୁର୍କୀରେ ଭୂମିକମ୍ପ ଯୋଗୁ ୧୨ ହଜାରରୁ ଅଧିକ କୋଠା ତାସ୍‌ ଘର ପରି ଭୁଶୁଡି ପଡିଛି, ଯେତେବେଳେ କି, ଲକ୍ଷ ଲକ୍ଷ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଏମିତିରେ ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଏବଂ ସୁରକ୍ଷାମାନକକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ତୁର୍କୀ ପ୍ରଶାସନ ତରଫରୁ ୧୩୧ ବିଲଡର ଓ ଠିକାଦାରଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ସେଥିମଧ୍ୟରୁ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏହି ବିଲଡରମାନେ ତୁର୍କୀର ବିଭିନ୍ନ ସହରରେ ଖରାପ କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଦ୍ୱାରା ନିର୍ମିତ ଅଧିକାଂଶ କୋଠା ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଧ୍ୱଂସ ହୋଇଯାଇଛି।

ତୁର୍କୀରେ ହଜାର ହଜାର କୋଠା ନଷ୍ଟ ହୋଇଥିବା ବେଳେ ସେଥିରେ ୨୯,୬୦୫ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ହଜାର ହଜାର ଲୋକ ଆହତ ମଧ୍ୟ ହୋଇଛନ୍ତି। ତୁର୍କୀର ବିଶେଷଜ୍ଞମାନଙ୍କ କହିବା ହେଲା, ଭୂମିକମ୍ପରେ ଭୟଙ୍କର କ୍ଷୟକ୍ଷତିର ଏକ ପ୍ରମୁଖ କାରଣ ହେଉଛି ଖରାପ ନିର୍ମାଣ। ଯଦି ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥାନ୍ତେ, ତେବେ ଏ ପ୍ରକାରର କ୍ଷତିକୁ ଏଡାଇ ଦିଆଯାଇଥାନ୍ତା।

ତୁର୍କୀରେ ଭବନ ନିର୍ମାଣ ସଂହିତା ଲାଗୁ ରହିଛି। ଏହା ଅଧୀନରେ ଅଟ୍ଟାଳିକାଗୁଡ଼ିକୁ ଭୂକମ୍ପରୋଧୀ କରିବା ବାଧ୍ୟତାମୂଳକ। କିନ୍ତୁ ନିୟମକୁ ଫୁ କରି ତୁର୍କୀରେ ଲକ୍ଷ ଲକ୍ଷ କୋଠାର ନିର୍ମାଣ ଅତି ନିମ୍ନମାନର କରାଯାଇଛି। ତୁର୍କୀର ଆଇନ ମନ୍ତ୍ରୀ ଖରାପ ନିର୍ମାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Roshni

Recent Posts

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା…

1 min ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

14 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

24 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

39 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

44 mins ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

1 hour ago