କୋଲକତା : କୋଲକତା ଏୟାରପୋର୍ଟରେ ତୁର୍କୀ ବିମାନର ଜରୁରୀ ଅବତରଣ । ଇଂଜିନରେ ନିଆଁ ଦେଖିବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା । କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ତୁର୍କୀ ଏୟାରଲାଇନ୍ସର ବିମାନ ୭୨୭ କୋଲକତା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନର ପାଇଲଟ କୋଲକତା ଏଟିସିକୁ ବିମାନ ଇଂଜିନରେ ନିଆଁ ଲାଗିଥିବା ଖବର ଦେଇଥିଲେ । ବିମାନଟି ୨.୪୯ରେ କୋଲକତା ଏନଏସସିବିଆଇ ଏୟାରପୋର୍ଟରେ ଅବତରଣ କରିଥିଲା । ବିମାନରେ ୨୩୬ ଯାତ୍ରୀ ରହିଥିଲେ ।
କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନିର୍ଦ୍ଦେଶକ କହିଛନ୍ତି, ବିମାନ ଏବେ କୋଲକତା ଏୟାରପୋର୍ଟରେ ରହିଛି । ଏହାର ନୀରିକ୍ଷଣ ଜାରି ରହିଛି । ତୁର୍କୀ ଏୟାରଲାଇନ୍ସର ବିମାନର ଇଂଜିନରେ ନିଆଁ ଦେଖିବା କାରଣରୁ କୋଲକତା ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିଲା । THY-727 ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ଏହି ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା ।
ତେବେ ବର୍ତ୍ତମାନ ବିମାନର ଯାଞ୍ଚ ଚାଲିଛି । ସମସ୍ତ ୨୩୬ ଯାତ୍ରୀ ଅପେକ୍ଷା କରି ରହିଛନ୍ତି । ବିମାନ ଠିକ୍ ହେବା ପରେ ଗନ୍ତବ୍ୟ ସ୍ଥାନକୁ ଉଡ଼ାଣ ଭରିବ ବୋଲି କୋଲକତା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ।
Kolkata Airport | Full emergency landing of Turkish 727, from Kathmandu to Istanbul at Kolkata airport. The Captain informed Kolkata ATC about a possible fire on the right engine. The actual time of arrival at Kolkata NSCBI Airport was 14:49 hours, with 236 passengers on board.…
— ANI (@ANI) February 4, 2026
Also Read : ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ