ଲୋକଙ୍କ ଉପରେ କାର୍ ଚଢାଇଦେଲେ ଟିଭି ସିରିଏଲ ନିର୍ଦ୍ଦେଶକ, ଜଣେ ମୃତ, ୬ ଆହତ, ନିସ୍ତୁକ ପିଟିଲେ ଉତ୍ୟକ୍ତ ଲୋକେ

ରବିବାର ପଶ୍ଚିମବଙ୍ଗର ରାଜଧାନୀ କୋଲକତାର ଚଳଚଞ୍ଚଳ ମାର୍କେଟରେ ବଡ ଦୁର୍ଘଟଣା ଘଟିଛି । କାରଟି ଭିଡ ଭିତରେ ପଶି ଅନେକ ଲୋକଙ୍କ ଉପରେ ଚଢାଇଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟି ଜଣେ ଟିଭି ସିରିଏଲର ନିର୍ଦ୍ଦେଶକଙ୍କର ବୋଲି ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ତାଙ୍କୁ ପିଟିବାକୁ ଲାଗିଥିଲେ । ପୋଲିସ ଉକ୍ତ ଅଭିଯୁକ୍ତ ଭିକ୍ଟୋଙ୍କୁ ଗିରଫ କରିଛି ।
ରବିବାର ସକାଳେ ପଶ୍ଚିମବଙ୍ଗର ଠାକୁରପୁକୁର ବଜାରରେ ବଡ ଦୁର୍ଘଟଣା । ଧାରାବାହିକର ସଫଳତା ପାଳନରେ ପାର୍ଟି ଆୟୋଜିତ ହୋଇଥିଲା ଯାହାର ଖବର ଶୁଣିବାକୁ ମିଳୁଛି । ପାଖାପାଖି ପ୍ରାୟ ୨ଟା ରାତିରେ ପାର୍ଟି ସରିଥିଲା । ପାର୍ଟି ପରେ ସିଦ୍ଧାନ୍ତ ଦାସ ଏବଂ ଶ୍ରେୟା ବସୁ ବାରକୁ ଯାଇଥିଲେ । ସେଠାରୁ ପୁଣି ମଦ୍ୟପାନ କରି ରାତି ସାରା ରାସ୍ତାରେ ବୁଲିବାକୁ ଲାଗିଥିଲେ । ଅତ୍ୟଧିକ ନିଶା କାରଣରୁ ବୁଲି ବୁଲି ଦିନ ହେବା ଫଳରେ ଠାକୁରପୁକୁର ବଜାରରେ ପଶିଥିଲେ । ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଧକ୍କା ଦେଇଥିଲେ । ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କ ମତାନୁସାରେ, ଗାଡିଟି ବିଷ୍ଣୁପୁର ରାସ୍ତାରୁ ଆସୁଥିବାବେଳେ କାରରେ ଥିବା ଜଣେ ଯାତ୍ରୀଙ୍କୁ ଧରିଥିଲେ ।
ସୂଚନାନୁଯାୟୀ, ଦୁର୍ଘଟଣାରେ ୬ଜଣ ଲୋକ ଆହତ ହୋଇଥିଲେ । ୪ଜଣଙ୍କୁ କସ୍ତୁରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ପାଇଁ ୨ ଜଣ ଲୋକଙ୍କୁ CMRI ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ଡ୍ରାଇଭର ସମେତ ଜଣେ ମହିଳାଙ୍କୁ ମାଡ ମାରିଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଭିଡ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା । ଆଇନଗତ ଭାବେ ଏହାର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ କହିଛି ପୋଲିସ ।
Also Read : ଉଡାଣ ସମୟରେ ମହିଳାଙ୍କ ଦେହ ଅସୁସ୍ଥ, ମହାରାଷ୍ଟ୍ର ଏୟାରପୋର୍ଟରେ ହେଲା ଏମରଜେନ୍ସି ଲ୍ୟାଣ୍ଡିଂ