ଗାଈପଲକୁ ବଞ୍ଚାଇବାକୁ ଯାଇ ଗଛରେ ଧକ୍କା ହେଲା ୨ଟି ବସ୍‌, ୧୨ ମୃତ୍ୟୁ ୧୦ ଗୁରୁତର

ରାଜସ୍ଥାନର ନାଗୋରରେ ଗତ ଶନିବାର ଦିନ ଏକ ବଡ ଦୁର୍ଘଟଣା ଘଟିଯାଇଛି। ନାଗୋର ସ୍ଥିତ କୁଚାମନ ସହର ନିକଟରେ ୨ଟି ମିନି ବସ୍‌ ଅନିୟନ୍ତ୍ରିତ ହୋଇ ଗଛରେ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୧୨ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଲାଟୁର୍‌ ଏବଂ ସୋଲାପୁରର ଲୋକମାନେ ୨ଟି ମିନି ବସ୍‌ ରେ ହରିୟାଣା ସ୍ଥିତ ହିସାର ଯାତ୍ରା କରୁଥିଲେ। ବସ୍‌ ଟି କିସନଗଢ-ହନୁମାନଗଢ ହାଇେଓ୍ଵ ଠାରୁ କୁଚାମନ ସହରରୁ ଯିବା ସମୟରେ ଗାଡି ସାମ୍ନାକୁ ଏକ ଲମ୍ବା ଗାଈପଲ ଚାଲି ଆସିଥିଲା। ଗାଈପଲକୁ ବଞ୍ଚାଇବା ପାଇଁ ପ୍ରୟାସ କରି ଏକ ମିନି ବସ୍‌ ଅନିୟନ୍ତ୍ରିତ ହୋଇ ଗଛରେ ପିଟି ହେବା ଦ୍ୱାରା ଉକ୍ତ ବସ୍‌ର ପଛ ପଟେ ଥିବା ଅନ୍ୟ ବସ୍‌ ଟି ମଧ୍ୟ ଅନିୟନ୍ତ୍ରିତ ହୋଇ ସେହି ଗଛରେ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ଛୋଟ ପିଲା ଏବଂ ୪ ଜଣ ମହିଳାଙ୍କ ସହ ୧୨ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ୧୦ ଜଣ ଲୋକ ଗୁରୁତର ଆହତ ହୋଇଥିବା ବେଳେ ୬ଜଣଙ୍କର ଅବସ୍ଥା ଗୁରୁତର ହେବା କାରଣରୁ ସେମାନଙ୍କୁ ଚିକିତ୍ସା ପାଇଁ ଜୟପୁର ରେଫର୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.