ଜମ୍ମୁ ନରଓ୍ଵାଲ ଅଂଚଳରେ ଧାରାବାହିକ ବିସ୍ଫୋରଣ, ବିସ୍ଫୋରଣରେ ହୋଇଥିଲା ଗାଡ଼ିର ବ୍ୟବହାର , ୭ ଗୁରୁତର

ଜମ୍ମୁ : ଜମ୍ମୁ-କଶ୍ମୀରର ଜମ୍ମୁ ସହର ନରଓ୍ଵାଲ ଅଂଚଳରେ ଧାରାବାହିକ ଭାବେ ଦୁଇଟି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ ଜଣ ଲୋକ ଗୁରୁତର ହୋଇଥିବା ଜଣାଯାଇଛି । ସବୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର ତୁରନ୍ତ ପରେ ଜମ୍ମୁ କଶ୍ମୀର ପୋଲିସ ଓ ଅନ୍ୟ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣ ଏକ ଗାଡିରେ ହୋଇଥିଲା । ପରେ ପରେ ପୁଣି ଏକ ବିସ୍ଫୋରଣ ହୋଇଥିଲା । ଏହି ଦୁଇ ବିସ୍ଫୋରଣ ଟ୍ରାନ୍ସପୋର୍ଟ ନଗର ଓ୍ଵାର୍ଡ ନମ୍ବର ୭ ଓ ୯ ରେ ହୋଇଥିଲା । ପୋଲିସ ଏଠାରୁ ଗାଡ଼ି ଗୁଡିକୁ ହଟାଇବାକୁ କହିବା ସହ ସାମ୍ବାଦିକଙ୍କୁ ମଧ୍ୟ ଦୂରେଇବାକୁ କହିଛି ।

ଜମ୍ମୁ-କଶ୍ମୀରରେ ହୋଇଥିବା ବିସ୍ଫୋରଣ ଏବେ ଚିନ୍ତାଜନକ ହୋଇପଡିଛି । କାରଣ ଏହି ଇଲାକାରେ ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଜାରି ରହିଛି । ଗତ ୧୯ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପହଞ୍ଚିଛି ।

ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି, ସେଠାକୁ ୫ ଦିନ ପୂର୍ବରୁ ଏଲଜି ଆସିଥିଲେ । ଯାହାକି ବହୁତ ଲଜ୍ଜାଜନକ । ଯାଞ୍ଚ ପରେ ବିସ୍ଫୋରଣର କାରଣ ଜଣାପଡିବ ବୋଲି କୁହାଯାଇଛି । ପ୍ରକାଶଯୋଗ୍ୟ ଯେ କିଛି ଦିନ ତଳେ ଜମ୍ମୁ କଶ୍ମୀର ପୂର୍ବ ବିଧାୟକ ମହମ୍ମଦ ଅକରମଙ୍କ ଘର ଆଗରେ ଫାୟରିଂ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.