ଦେଶ ବିଦେଶ

ଅତୁଲ ସହିତ ରିଙ୍କି ଓ ପିଙ୍କି…! ଜଣେ ହିଁ ଯୁବକଙ୍କୁ ଜୀବନସାଥୀ ବାଛିଲେ ଯାଆଁଳା ଭଉଣୀ, ଧୁମ୍‌ଧାମରେ ହେଲା ବିବାହ

ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁରରୁ ଏମିତି ହିଁ ଏକ ନିଆରା ବିବାହର ଭିଡିଓ ଭାଇରାଲ ହେଉଛି। କୁହାଯାଉଛି କି, ଏଠାରେ ଦୁଇ ଯାଆଁଳା ଭଉଣୀ ଜଣେ ହିଁ ଯୁବକଙ୍କୁ ନିଜର ଜୀବନସାଥୀ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି। ସୂଚନା ମୁତାବକ, ଯାଆଁଳା ଭଉଣୀ ଦୁଇଜଣ ହେଉଛନ୍ତି ପେସାରେ ଆଇଟି ଇଞ୍ଜିନିୟର। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମଲସୀରସ ତାଲୁକାରେ ସେମାନଙ୍କ ବିବାହ ବଡ଼ ଧୁମ୍‌ଧାମରେ ସମ୍ପନ୍ନ ହୋଇଯାଇଛି।

ସେପଟେ ସୋସିଆଲ ମିଡିଆରେ ବିବାହର ଭିଡିଓ ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରଶ୍ନ ଉଠାଇଛନ୍ତି। ଏହି ବିବାହ ଆଇନତଃ ବୈଧ କି ନୁହେଁ, ସେମାନେ ପ୍ରଶ୍ନ କରିଛନ୍ତି। କୁହାଯାଉଛି ଯେ ଯାଆଁଳା ଭଉଣୀ ପିଙ୍କି ଓ ରିଙ୍କି ଦୁହେଁ ମୁମ୍ବାଇରେ ଚାକିରି କରନ୍ତି। ଦୁଇଜଣ ଅତୁଲ ନାମକ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ପିଲାବେଳୁ ହିଁ ଗୋଟିଏ ଘରେ ଏକାଠି ରହି ଆସୁଥିଲେ ଏବଂ ବିବାହ ପରେ ମଧ୍ୟ ଏକ ସାଥୀରେ ରହିବାକୁ ଚାହିଁଥିଲେ।

ସେମାନଙ୍କ ଜୀବନରେ ଅତୁଲ ଆସିଥିଲେ। ସେ ମଧ୍ୟ ମଲସୀରସ ତାଲୁକାର ବାସିନ୍ଦା ଏବଂ ମୁମ୍ବାଇରେ ତାଙ୍କର ଟ୍ରାଭେଲ ଏଜେନ୍ସିର ବ୍ୟବସାୟ ରହିଛି। କିଛିଦିନ ତଳେ ଯାଆଁଳା ଭଉଣୀ ଦ୍ୱୟଙ୍କର ବାପାଙ୍କ ନିଧନ ଘଟିଥିଲା, ଯାହାପରେ ସେମାନେ ମା’ଙ୍କ ସହିତ ଆସି ଏଠାରେ ରହିବାକୁ ଲାଗିଥିଲେ।

ଦିନେ ଯେବେ ସେମାନଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା, ତ ତାଙ୍କୁ ହସ୍ପିଟାଲ ନେଇଯିବାରେ ଅତୁଲଙ୍କ କାର ବ୍ୟବହୃତ ହୋଇଥିଲା। ଏହି ସମୟରେ ଅତୁଲ ଉଭୟ ଉଭଣୀଙ୍କର ନିକଟତର ହୋଇଥିଲେ। ପରେ ଦୁଇ ଉଭଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହ ପରେ ତିନିଜଣ ବହୁତ ଖୁସି ଥିବା ଜଣାପଡ଼ିଛି। ତେବେ ଏଭଳି ଏକ ନିଆରା ବିବାହରେ ସ୍ଥାନୀୟ ପୋଲିସ ଆଇନଗତ ଯାଞ୍ଚ ଆରମ୍ଭ କରିଥିବା ବେଳେ ଏ ନେଇ ଉଭୟ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

4 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

19 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

32 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

32 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago