ପଚିଶ ମହଲାରୁ ପଡ଼ି ଦୁଇ ଯାଆଁଳା ଭାଇ ମୃତ, ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଶନିବାର ରାତିରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି ।  ଗାଜିଆବାଦର ବିଜୟ ନଗର ଅଂଚଳ ସ୍ଥିତ ଏକ ସୋସାଇଟିର ୨୫ତମ ଫ୍ଲାଟରୁ ପଡି ଦୁଇ ଯାଆଁଳା ଭାଇଙ୍କର ମୃତ୍ୟୁ ହୋଇଥବା ନେଇ ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଂଚି ଦୁହିଁଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣା ନେଇ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।  ଶନିବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।  ସୂଚନା ଦେବା ଯୋଗ୍ୟକି, ଗାଜିଆବାଦର ବିଜୟନଗର ଥାନା ଅନ୍ତର୍ଗତ ସିଦ୍ଧାର୍ଥ ବିହାର ସ୍ଥିତ ଏକ ସୋସାଇଟିରେ ଏକ ପରିବାର ୨୫ ତମ ଫ୍ଲାଟରେ ରହି ଆସୁଛନ୍ତି ।  ପରିବାରର ଦୁଇ ପୁଅ (ଜାଅଁଳା ଭାଇ) ସୂର୍ଯ୍ୟ ନାରାୟଣ ଓ ସତ୍ୟ ନାରାୟଣ ଶନିବାର ଅଧା ରାତି ପରେ ବାଲ୍କୋନିରେ ଖେଳୁଥିଲେ ।  ଖେଳୁଥିବା ବେଳେ ହିଁ ଦୁହେଁ ତଳକୁ ପଡିଯାଇଥିଲେ ।  ଆଉ ଏହା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା | ପଚରାଉଚୁରାରୁ ଜଣାଯାଇଛିଯେ ଘଟଣା ଘଟିଥିବା ସମୟରେ ପିଲା ଦୁହିଁଙ୍କ ମା’ ଘରେ ଥିବା ବେଳେ ଅନ୍ୟ ଏକ ରୁମରେ ଭଉଣୀ ଉପସ୍ଥିତ ଥିଲା ।

ଯେବେକି କୌଣସି ଏକ କାମରେ ପିଲା ଦୁହିଁଙ୍କ ବାପା ମୁମ୍ବଈ ଯାଇଥିଲେ ।  ତଦନ୍ତ କରୁଥିବା ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ପୂର୍ବରୁ ଦୁଇ ଭାଇ ଅଲଗା ଅଲଗା ରୁମରେ ଥିବାବେଳେ ରାତି ୧୨
ଟା ପରେ ସେମାନଙ୍କ ମା ଶୋଇବାକୁ ଚାଲିଯାଇଥିଲେ ।  ଏହା ପରେ କଣ ଘଟିଲା, କେମିତି ଘଟିଲା, ରେଲିଂଙ୍ଗ ପାଖକୁ ଦୁହେଁ କେମିତି ପହଁଚିଲେ ସେନେଇ କାହା ପାଖରେ କୌଣସି ସୂଚନା ନାହିଁ ।  ଏବାବଦରେ ଅଧିକ ସୂଚନା ପାଇବା ପାଇଁ ମା’ ଓ ଭଉଣୀଙ୍କୁ ପଚରାଉଚୁରା ଜାରି ରହିଥିବା ନେଇ ପୋଲିସ ଅଧିକାରୀ କହିଛନ୍ତି ।  ଦୁହିଁଙ୍କ ବୟସ ୧୪
ବର୍ଷ ହୋଇଥିବା ବେଳେ ଦୁହେଁ ନବମ ଶ୍ରେଣୀରେ ପଢୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.