Zomato ମାମଲାରେ ଟ୍ଵିଷ୍ଟ୍, ଏବେ ଡେଲିଭରି ବୟ ଜଣାଇଲେ ପ୍ରକୃତ ଘଟଣା ! ଟ୍ଵିଟରରେ ହଙ୍ଗାମା
ବେଙ୍ଗାଲୁରୁରେ ଜଣେ ଯୁବତୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଜମାଟୋର ଜଣେ ଡେଲିଭରି ବୟଙ୍କୁ ଗତକାଲି ପୋଲିସ ଗିରଫ କରି ନେଇଛି। କିନ୍ତୁ ଏବେ ଏହି ମାମଲାରେ ଏକ ଟ୍ଵିଷ୍ଟ୍ ଆସିଛି। ଡେଲିଭରି ବୟ ପୂରା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଦାବି କରିଛନ୍ତି କି, ଯୁବତୀ ନିଜେ ହିଁ ନିଜକୁ ଆଘାତ ପହଞ୍ଚାଇଛନ୍ତି। କହି ରଖୁଛୁ, କିଛିଦିନ ତଳେ ଜଣେ କଣ୍ଟେଣ୍ଟ କ୍ରିଏଟର ହିତେଶା ଚନ୍ଦ୍ରାଣୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ ଆଣିଥିଲେ କି, ଜମାଟୋ ଡେଲିଭରି ବୟ ତାଙ୍କ ମୁହଁକୁ ପଞ୍ଚ୍ ମାରିଛନ୍ତି।
ସମ୍ପୃକ୍ତ ଡେଲିଭରି ବୟ ଏକ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ଯେତେବେଳେ ସେ ଖାଦ୍ୟ ଅର୍ଡର ନେଇ ଯୁବତୀଙ୍କ ଘରେ ପହଞ୍ଚିଥିଲେ, ତ ସେ ପେମେଣ୍ଟ ନେବାକୁ ଅପେକ୍ଷା କରିଥିଲେ। ଏଥି ପୂର୍ବରୁ ସେ ଯୁବତୀଙ୍କୁ କ୍ଷମା ମାଗି ନେଇଥିଲେ। କାରଣ, ରାସ୍ତା ଜାମ୍ ଯୋଗୁ ଡେଲିଭରିରେ କିଛି ସମୟ ବିଳମ୍ବ ହୋଇଥିଲା। କ୍ଷମା ମାଗିବା ସତ୍ତ୍ୱେ ଯୁବତୀ ବିଳମ୍ବକୁ ନେଇ ବାରମ୍ବାର ଝଗଡ଼ା କରି ଚାଲିଥିଲେ।
ଡେଲିଭରି ବୟଙ୍କ ମୁତାବକ, ଯୁବତୀ ତାଙ୍କୁ ପଇସା ଦେବାକୁ ମନା କରି ଦେବାରୁ କମ୍ପାନୀ ଖାଦ୍ୟ ଫେରାଇ ଆଣିବାକୁ କହିଥିଲା। ହେଲେ ଯୁବତୀ କିନ୍ତୁ ଖାଦ୍ୟ ଫେରାଇ ନ ଥିଲେ। ଏହି ସମୟରେ ଯେତେବେଳେ ସେ ଚପଲରେ ମାରିବାକୁ ଚେଷ୍ଟା କରିଥିଲେ, ତ ସେ ନିଜକୁ ବଞ୍ଚାଉଥିଲେ। ଏତିକି ବେଳେ ଯୁବତୀଙ୍କ ହାତ ତାଙ୍କରି ହିଁ ମୁହଁରେ ବାଜିଥିଲା ଏବଂ ମୁଦି ପିନ୍ଧିଥିବାରୁ ନାକ ଫାଟି ଯାଇଥିଲା।
ବର୍ତ୍ତମାନ ଡେଲିଭରି ବୟଙ୍କ ବୟାନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ଏହି ବିବାଦ ଉପରେ ଜମାଟୋ ଫାଉଣ୍ଡର ଦୀପେନ୍ଦ୍ର ଗୋୟଲ ମଧ୍ୟ ବୟାନ ଜାରି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଆମେ ହିତେଶାଙ୍କର ମେଡିକାଲ ଖର୍ଚ୍ଚ ସାଙ୍ଗକୁ ଡେଲିଭରି ବୟ କାମରାଜଙ୍କର ଆଇନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଉଠାଉଛୁ। କାମରାଜ ନିଜ ୨୬ ମାସର କ୍ୟାରିୟର ଭିତରେ ୫୦୦୦ ଥର ଡେଲିଭରି କରାଇଛନ୍ତି। ତାଙ୍କ ରେଟିଙ୍ଗ୍ ୫ରୁ ୪.୭୫ ଷ୍ଟାର୍ ରହିଛି, ଯାହାକି ଅତି ବଢ଼ିଆ।
Dear Men,
I have a message for you. I don’t know whether he hit her or defended himself. But the thing is, @zomato fired him without listening to his story! I doubt he would fight in court for this or not. The fact is nobody cares to listen to the whole truth.#zomatodeliveryboy pic.twitter.com/OPG2LMGXjC— Youth Against Rape ® (@yaifoundations) March 11, 2021
I want to chime in about the incident that happened in Bengaluru a few days ago. @zomato pic.twitter.com/8mM9prpMsx
— Deepinder Goyal (@deepigoyal) March 12, 2021