ପୁଣି ଥରେ ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ବଡ ଝଟକା, ରାତା ରାତି ବ୍ୟାନ ହେଲା ଲକ୍ଷ ଲକ୍ଷ ଆକାଉଣ୍ଟ

Twitter ଏକ ଉତ୍ତମ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ଯେଉଁଥିରେ ଆପଣ ଆପଣଙ୍କ ନିଜର କଥା ଖୁବ ସହଜରେ ସେୟାର କରିପାରିବେ । ନିଜ ମତ ରଖିବାକୁ ଟ୍ୱିଟର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି । କିନ୍ତୁ ଏହି ସବୁ ସ୍ୱାଧୀନତାର ଯେବେ ଭୁଲ ଫାଇଦା ଉଠାଯାଏ ସେସମୟରେ ଟ୍ୱିଟର ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । କହିରଖିବା ଉଚିତ ହେବକି ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଛିକି ଯଦି ଟ୍ୱିଟର ପ୍ଲାଟଫର୍ମରେ ଏଣୁ ତେଣୁ ତଥ୍ୟମାନ କେହି ପୋଷ୍ଟ କରନ୍ତି ତେବେ ସେହି ବ୍ୟକ୍ତିଙ୍କ ଉପରେ କମ୍ପାନୀ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଏହି ଆଧାରରେ ନିକଟରେ ଟ୍ୱିଟର ପକ୍ଷରୁ ପାଖାପାଖି ହଜାରେରୁ ଅଧିକ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି । ପୁରା ରିପୋର୍ଟକୁ ଯଦି ସାମ୍ନାକୁ ନିଆଯାଏ ତେବେ ଜଣାଯିବକି ଟ୍ୱିଟର ପକ୍ଷରୁ ଏଭିତରେ ୪୬ ହଜାରେରୁ ଅଧିକ ସଂଖ୍ୟକ ଆକାଉଣ୍ଟସକୁ ରଦ୍ଦ କରିଦିଆଯାଇଛି । ମାଇକ୍ରୋବ୍ଲଗିଂଗ ପ୍ଲାଟଫର୍ମ ନିଜ ମାସିକିଆ ରିପୋର୍ଟରେ ଏନେଇ ଖୁଲାସା କରିଛି । ଆପଣଙ୍କୁ କହିରଖିବା ଉଚିତ ହେବକି ଟ୍ୱିଟର ଶିଶୁଙ୍କ ପ୍ରତି ଯୌନଶୋଷଣ, ନନ କଂସେନ୍ସୁଆଲ ଭଳି ଗତିବିଧିରେ ଜଡିତ ଆକାଉଣ୍ଟସ ଗୁଡିକୁ ବ୍ୟାନ କରିଦିଆଯାଇଛି । ଖାଲି ସେତିକି ନୁହେଁ ଆତଙ୍କୀ ଗତିବିଧି ଗୁଡିକୁ ପ୍ରାତ୍ସାହନ ଦେବା ଅଭିଯୋଗରେ ଟ୍ୱିଟର ପକ୍ଷରୁ ୨ ହଜାର ୮୭୦ ଆକାଉଣ୍ଟ ଗୁଡିକୁ ରଦ୍ଦ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏଭିତରେ କମ୍ପାନୀକୁ କେବଳ ଭାରତରୁ ହିଁ ୧୬୯୮ ସଂଖ୍ୟକ ଅଭିଯୋଗ ଆସିଛି । ଏହା ଭିତରୁ ମାନସିକ ନିର୍ଯ୍ୟାତନା କିମ୍ବା ହେରେସମେଣ୍ଟ ପାଇଁ ୧୩୬୬
, ନିକୃଷ୍ଟ ଧରଣର କାମ ପାଇଁ ୧୧୧ ଜଣ, ମିସଲିଡିଙ୍ଗ କଣ୍ଟେଣ୍ଟ ପାଇଁ ୩୬ ଜଣ, ସେନସିଟିଭ ଆଡଲ୍ଟ କଣ୍ଟେଣ୍ଟ ପାଇଁ ୨୮, ଅନ୍ୟାନ କାମ ପାଇଁ ୨୫ ମାମଲା ସାମିଲ ଅଛି । ଏଗୁଡିକ ଉପରେ ସୋସିଆଲ ମିଡ଼ିଆ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ କମ୍ପାନୀ ୧୬୨୧ ୟୁନିଫର୍ମ ରିସୋର୍ସ ଲୋକେଟର ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନଲାଇନ ଜରିଆରେ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ୧୦୭୭ ଟି ମାମଲା ଦାୟର ହୋଇଛି ।

ଅବଶ୍ୟ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଅନେକ ଥର କମ୍ପାନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ଆପଣ ବି ଏମିତି କିଛି ପୋଷ୍ଟ କରୁଛନ୍ତି କିମ୍ବା ଏମିତି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଚିନ୍ହିଛନ୍ତି ବା ଜାଣିଛନ୍ତି ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ।

 

Leave A Reply

Your email address will not be published.