ଘରେ ରହିବା ପାଇଁ ଲାଲୁ ଟ୍ଵିଟ୍‌ କଲା ପରେ ରାଗିଲେ ଲୋକେ, କହିଲେ ଆପଣ କରୋନା ଠାରୁ ବି ଅଧିକ ଭୟଙ୍କର

କରୋନା ଭାଇରସ୍‌ର ଭୟାବହତାକୁ ଦେଖି ସାରା ଦେଶ ଏବେ ଲକ୍‌ଡାଉନ୍‌ରେ । ଲୋକଙ୍କୁ ଘରେ ରହିବା ପାଇଁ ସରକାରଙ୍କ ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ସେଲିବ୍ରେଟି ଅନୁରୋଧ କରୁଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ପଛେଇ ଯାଇ ନାହାଁନ୍ତି । ସେ ମଧ୍ୟ ଲୋକଙ୍କୁ ଘରେ ରହିବା ପାଇଁ ଉପଦେଶ ଦେବାକୁ ଆଗେଇ ଆସିଛନ୍ତି ।

ସେ ଟ୍ଵିଟ୍‌ ମାଧ୍ୟମରେ ଲୋକଙ୍କୁ ଘରେ ରହି ଆରାମ କରିବା ପାଇଁ ଅନୁରୋଧ କରିଛନ୍ତି । ହେଲେ ଏହି କଥା କେତେକ ଲୋକଙ୍କ ଦେହରେ ଯାଇନି । ଲାଲୁଙ୍କ ଟ୍ଵିଟ୍‌ ପରେ ଲୋକେ ତାଙ୍କ କଥାର ମଜା କରିବା ଆରମ୍ଭ କରିଦେଇଛନ୍ତି ।

lalu

ଜଣେ ତାଙ୍କ ଟ୍ରୋଲ୍‌ରେ ଲାଲୁଙ୍କୁ କରୋନା ଠାରୁ ବି ଅଧିକ ଭୟଙ୍କର କହିଥିବା ବେଳେ ଆଉ ଜଣେ କହିଛନ୍ତି ‘ବାଃ,୯୦୦ ମୂଷା ଖାଇ ବିଲେଇ ଗଲା ହଜ୍‌ କରି, ଆପଣଙ୍କୁ ଏହା କହିବା ଶୋଭା ଦେଉନାହିଁ ।

ଆଉ ଜଣେ ଟ୍ରୋଲ୍‌ କରି କହିଛନ୍ତି, ‘ଯେତେ ଲକ୍‌ଡାଉନ୍‌ କରୁଛ କର ଚିନ୍ତା ନାହିଁ କିନ୍ତୁ ଭାଷଣ ନଦେଇ ରାସନ ଦିଅନ୍ତୁ’ ବୋଲି  ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି ।

ଆଉ ଜଣେ ତାଙ୍କ ଟ୍ରୋଲ୍‌ରେ କହିଛନ୍ତି ‘ଆପଣଙ୍କ କଥା ନିଶ୍ଚୟଁ ମାନିବୁ, ଆପଣ ବି ଜେଲ୍‌ରେ ଆରାମ୍‌ କରନ୍ତୁ । ଏହି କଥା ଚାରା ଚୋରି ବେଳେ ଭାବିଥିଲେ ହୁଏତ ଆଜି ଏ ଦିନ ଦେଖିବାକୁ ମିଳି ନଥାନ୍ତା ।

ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାରକୁ ଟପିଥିଲା ବେଳେ ୧୬୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.