ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟର ଓ୍ଵାର୍‌: ବିଦେଶୀ ସେଲିବ୍ରିଟିଙ୍କୁ ଦେଶୀ କଳାକାରଙ୍କ ଜବାବ

ନୂଆଦିଲ୍ଲୀ: ଦୀର୍ଘ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଜାରି ରହିଛି । ଏହି ପ୍ରସଙ୍ଗରେ ଅର୍ନ୍ତଜାତୀୟ ସ୍ତରର ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ଵିଟରରେ ମତ ଦେଇଛନ୍ତି । କୋହଲି କହିଛନ୍ତି ଯେ, ଏହି ସମୟରେ ସମସ୍ତେ ଏକାଠି ଅଛନ୍ତି । କୃଷକମାନେ ଦେଶର ଏକ ଅଭିନ୍ନ ଅଙ୍ଗ । ସରକାର ଓ କୃଷକଙ୍କ ମଧ୍ୟରେ ନିଶ୍ଚିତ ଭାବେ ସମାଧାନର ରାସ୍ତା ବାହାରିବ । ଏହାସହ ସମସ୍ତେ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି ।

ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନରେ ବିଦେଶୀଙ୍କ ହସ୍ତକ୍ଷେପକୁ କଡ଼ା ଜବାବ ଦେଇଥିଲେ । ସେ ଲେଖିଛନ୍ତି, କେଯଣସି ପରିସ୍ଥିତିରେ ଭାରତର ସାର୍ବଭୌମତ୍ୱରେ ସାଲିସ କରାଯିବନି । ଏଥିରୁ ବିଦେଶୀ ଶକ୍ତି ଦୂରେଇ ରହିବା ଦରକାର ବୋଲି କହିଥିଲେ ତେନ୍ଦୁଲକର ।

sachinସେହିଭଳି ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟସ୍ୟମାନ ରୋହିତ ଶର୍ମା ଟୁଇଟ କରି କହିଛନ୍ତି ଯେ, ମୁସକିଲ ସମୟରେ ଭାରତ ଏକାଠି ରହିଛି । ଆମ ସମସ୍ୟାର ସମାଧାନ ଆମେ କରିବୁ । କୌଣସି ବାହାର ଶକ୍ତିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରୋହିତ ଶର୍ମା ।

akshyaପପ୍‌ ଷ୍ଟାର ରିହାନାଙ୍କ ଟୁଇଟ୍‌ ପରେ ଜବାବ ଦେଉଛି ବଲିଉଡ । ଅକ୍ଷୟ କୁମାର କହିଛନ୍ତି କୃଷକ ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ତାଙ୍କ ସମସ୍ୟା ଶୁଣୁଛୁ । ଯେଉଁମାନେ ଦୂରତା ଆଣିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଏଥିରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି ଅକ୍ଷୟ କୁମାର ।

ସେହିଭଳି ଅଜୟ ଦେବଗନ ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ୍‌ କରିଛନ୍ତି । କୌଣସି ବିଦେଶୀ ପ୍ରୋପାଗେଣ୍ଡାରେ ଫସନ୍ତୁ ନାହିଁ । ମୁସକିଲ ସମୟରେ ଦେଶ ଏକାଠି ରହିଛି ।

lata ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବଲିଉଡର ବିଶିଷ୍ଟ କଣ୍ଡଶିଳ୍ପୀ ଲତା ମଙ୍ଗେସକର । ଭାରତ ଏକ ଗୌରବଶାଳୀ ରାଷ୍ଟ୍ର । ଦେଶର କୌଣସି ବି ସମସ୍ୟାର ସମାଧାନ କରିପାରିବୁ । ଏହି ପ୍ରସଙ୍ଗରେ କୌଣସି ବିଦେଶୀ ବୟାନବାଜି ଧ୍ୟାନ ଦିଆନଯାଉ ବୋଲି ସେ ଟୁଇଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.