ଆମେରିକାରେ ଅତ୍ୟାଧୁନିକ ବ୍ଲାକ୍ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୯ ମୃତ
ଟ୍ରେନିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଦୁଇଟି ବ୍ଲାକ୍ ହକ୍ ହେଲିକପ୍ଟର । ଆମେରିକାର କେଣ୍ଟୁକିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଆମେରିକାର ଦୁଇଟି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ବ୍ଲାକ ହକ୍ ଦୁର୍ଘଟଣାଗ୍ରସ୍ତ । ଆମେରିକାରେ କେଣ୍ଟୁକିରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆମେରିକାର ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି ।
ସୂଚନା ଅନୁସାରେ, ବ୍ଲାକ ହକ୍ ଫ୍ରଣ୍ଟ ଲାଇନ ୟୁଟିଲିଟ ହେଲିକପ୍ଟର । ଯାହାକୁ ଆମେରିକା ଭିଏତନାମା ଯୁଦ୍ଧ ସମୟରେ ପ୍ରସ୍ତୁତ କରାଯାଇଥିଲା । ଏହା ବିଶ୍ୱର ଅନେକ ଦେଶର ସ୍ପେଶାଲ ଫୋର୍ସରେ ବ୍ୟବହାର କରାଯାଉଛି । ଏହି ହେଲିକପ୍ଟର କୌଣସି ଗୁପ୍ତ ମିଶନକୁ ସଫଳ କରିବା ପାଇଁ ବ୍ୟବହାର କରାଯାଏ ।
Breaking news: Two Black Hawk helicopters flying out of Fort Campbell Army base crashed in Kentucky on Wednesday night.
The status of crew members is “unknown at this time,” the base said. This is a developing story. https://t.co/70bZYrmE0q
— The Washington Post (@washingtonpost) March 30, 2023
ବ୍ଲାକ ହକ୍ ରେଞ୍ଜ ୧,୩୮୧ ମାଇଲ ପର୍ଯ୍ୟନ୍ତ ରହିଛି। ଥରେ ଇନ୍ଧନ ଫୁଲ୍ କରିବା ଦ୍ୱାରା ଅନେକ ଦୂର ଯାଇପାରେ ଏହି ହେଲିକପ୍ଟର । ଏଥିରେ ୮ ହଜାର ପାଉଣ୍ଡ ଓଜନର ଜିନିଷ ମଧ୍ୟ ଯାଇପାରେ । ଏହି ହେଲିକପ୍ଟରରେ ଅନେକ ବନ୍ଧୁକ ଫିଟ୍ ହୋଇପାରେ, ଯାହା ବହୁତ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ରାତିରେ ମଧ୍ୟ ଏହି ହେଲିକପ୍ଟରର ବ୍ୟବହାର କରାଯାଇପାରେ ।
ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓମାସା ବିନ୍ ଲାଡେନକୁ ମାରିବା ପାଇଁ ବ୍ଲାକ ହକ୍ ବ୍ୟବହାର କରାଯାଇଥିଲା । ୨୦୧୧ରେ ମଇ ୨ ତାରିଖରେ ରାତିରେ ଆମେରିକାରୁ ଆଫଗାନିସ୍ତାନ ଏହି ହେଲିକପ୍ଟର ଉଡାଣ ଭରିଥିଲା । ଆଉ ପାକିସ୍ତାନର ଏବଟାବାଦକୁ ଯାଇ ଓସାମା ବିନ୍ ଲାଡେନର ଘର ଉପରେ ଆକ୍ରମଣ କରିଥିଲା । ସେତେବେଳେ ମଧ୍ୟ ଗୋଟିଏ ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।