ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ

ଉତ୍ତରାଖଣ୍ଡର ଚମୋଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବେଳର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ଏଠାରେ ଋଷିକେଶ-ବଦ୍ରିନାଥ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଉତ୍ତରାଖଣ୍ଡର ଚମୋଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବେଳର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ଏଠାରେ ଋଷିକେଶ-ବଦ୍ରିନାଥ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ଆହତମାନେ ରାଜସ୍ଥାନର ବୋଲି ଜଣାପଡ଼ିଛି ।

ଏହି ସଡ଼କ ଦୁର୍ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ରେ ବସିଥିବା କିଛି ଯାତ୍ରୀ ଝରକା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିଥିଲେ । ଏହି ଘଟଣା ପୁରସାରୀ ନିକଟରେ ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ରାଜସ୍ଥାନର ପାଖାପାଖି ୨୦ ଜଣ ତୀର୍ଥଯାତ୍ରୀ ଏକ ବସ୍‌ ଯୋଗେ ବଦ୍ରିନାଥ ଧାମ ଦର୍ଶନ ସାରି ଘରକୁ ଫେରୁଥିଲେ । ସେହି ସମୟରେ ରାସ୍ତାରେ ଚାମୋଲି ନିକଟ ପୁରସାରୀରେ ସେମାନଙ୍କ ବସ୍‌ ସମ୍ମୁଖକୁ ଆଉ ଏକ ବସ୍‌ ମାଡ଼ି ଆସିଥିଲା । ଫଳରେ ଉଭୟ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଦ୍ରିନାଥରୁ ଫେରୁଥିବା ବସ୍‌ର ତୀର୍ଥଯାତ୍ରୀମାନେ ଝରକା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିଥିଲେ ।

ସୂଚନା ରହିଛି, ଏହି ଦୁର୍ଘଟଣାରେ ରାଜସ୍ଥାନର ୪ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି । ବଦ୍ରିନାଥ ଧାମ ଦର୍ଶନ ପରେ ସମସ୍ତେ ବସ୍‌ ଯୋଗେ ରାଜସ୍ଥାନ ଫେରୁଥିଲେ । ତେବେ ଏହି ଘଟଣାକୁ ନେଇ କାହା ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ । ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ଯାଇଥିବା ପୋଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.