ବର୍ତ୍ତିଗଲା ବଡ଼ ରେଳ ଦୁର୍ଘଟଣା : ଲେବଲ କ୍ରସିଂ ଟ୍ରାକରେ ଅଟକିଲା ୨ କାର୍‌, ଧକ୍କା ଦେଲା ଏକ୍ସପ୍ରେସ

ପଶ୍ଚିମବଙ୍ଗର ଖରଦାହା ରେଲେଓ୍ଵ ଷ୍ଟେସନରେ ଅଳ୍ପକେ ବର୍ତ୍ତିଗଲା ବଡ ଦୁର୍ଘଟଣା । ଦୁଇଟି କାରକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଟ୍ରେନ କିଭଳି କାରକୁ ଧକ୍କା ଦେଇଛି, ତାହା ଦେଖିବାକୁ ମିଳିଛି ।

ଖବର ମୁତାବକ, ଏହି ଘଟଣା ଖରଦାହା ରେଳ ଷ୍ଟେସନରେ ଘଟିଛି । ଗେଟମ୍ୟାନ ଦ୍ୱାରା ହଠାତ୍‌ ଗେଟ୍‌ ପକାଇବା ଯୋଗୁଁ ଟ୍ରାକରେ ଦୁଇଟି କାର ରହିଯାଇଥିଲା । ଫଳରେ ଦୁଇଟି ଯାକ କାର ହଜାରଦୁୟାରୀ ଏକ୍ସପ୍ରେସ କାର୍‌କୁ ଧକ୍କା ଦେଇଥିଲା । କାର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । କୌଣସି ହତାହତ ଖବର ମିଳିନାହିଁ । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।


ତେବେ ଗେଟମ୍ୟାନ ଗେଟ୍‌ ପକାଇବା ସମୟରେ କାର ଡ୍ରାଇଭର ନ ମାନି ଲେବଲ କ୍ରସିଂ କରୁଥିଲେ । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ୟୁଜର୍ସ କାର ଡ୍ରାଇଭରର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ କରୁଛନ୍ତି । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଅନେକ ଲୋକ ଜୀବନ ଏବଂ ବଡ ଦୁର୍ଘଟଣା ହୋଇପାରିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.