ତେଲେଙ୍ଗାନାରେ ଅଭାବନୀୟ ଘଟଣା, କାରରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

କାରରେ ଶ୍ବାସରୁଦ୍ଧ ହୋଇ ଦୁଇ ଭଉଣୀ ମୃତ । ତେଲେଙ୍ଗାନାର ରଙ୍ଗାରେଡ଼ି ଜିଲ୍ଲା ଚେଭେଲା ପୋଲିସ ଷ୍ଟେସନ ସୀମାରେ ଥିବା ଦାମରାଗିରି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କାରରେ ଶ୍ବାସରୁଦ୍ଧ ହୋଇ ଦୁଇ ଭଉଣୀଙ୍କ ଜୀବନ ଚାଲିଯାଇଛି । ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୪ ବର୍ଷ ଏବଂ ଅନ୍ୟ ଜଣେ ୫ବର୍ଷର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଅଜା ଘରକୁ ଜଣେ ସମ୍ପର୍କୀୟଙ୍କ ବାହାଘର ପାଇଁ ବାପା ମାଆଙ୍କ ସହ ଦୁଇ ଭଉଣୀ ଆସିଥିଲେ । ଘର ଭିତରେ ବାପା ମାଆ ବାହାଘର କାର୍ଯ୍ୟକ୍ରମ ବିଷୟରେ କଥା ହେଉଥିବା ବେଳେ ଦୁଇ ଭଉଣୀ ବାହାରକୁ ଚାଲି ଆସିଥିଲେ । ପିଲାମାନେ ବାହାରକୁ ଯାଇ କାର ଡୋର ଖୋଲି ଗାଡ଼ି ଭିତରେ ଖେଳୁଥିଲେ । ଏହି ସମୟରେ କାର୍ ଡୋର ବନ୍ଦ ହୋଇଯାଇଥିଲା ।
କାରରେ ବସିବାର ଗୋଟେ ଘଣ୍ଟାପରେ ଗାଡ଼ିରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପିଲାମାନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ମେଡିକାଲକୁ ନେଇଥିଲେ ବାପା ମାଆ । କିନ୍ତୁ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନଥିବା ପୋଲିସ ସୂଚନା ଦେଇଛି ।
Also Read : ମୁମ୍ବାଇ-ନାଗପୁର ହାଇୱେରେ ବସ୍ ମାଟାଡୋର ଧକ୍କା, ୪ ମୃତ, ୧୫ ଆହତ