ପାକିସ୍ତାନ : ଚାର୍ଜିଂ ବେଳେ ଫାଟିଲା ଲାପଟପ୍ ବ୍ୟାଟେରୀ, ୨ ପିଲା ମୃତ, ୭ ଗୁରୁତର

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଘରେ ଲାପଟପ୍ ବ୍ୟାଟେରୀ ଫାଟିବା ଯୋଗୁଁ ନିଆଁ ଲାଗିଯାଇଛି । ନିଆଁ ଯୋଗୁଁ ଅତିକମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଜଳିଯାଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଫେସଲାବାଦର ଶରିଫ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଲାପଟପ୍ ବ୍ୟାଟେରୀ ଚାର୍ଜ କରିବା ସମୟରେ ଫାଟିଯାଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିଲା । ଘଟଣା ବେଳେ ଘରେ ରହୁଥିବା ୫ ଜଣ ପିଲାଙ୍କ ସମେତ ୨ ମହିଳାଙ୍କୁ ମିଶାଇ ପରିବାରର ୯ ଜଣ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଚିକିତ୍ସିତ ହେଉଛନ୍ତି ।
ଏହି ଘଟଣାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନଓ୍ଵାଜ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଏବଂ ସହାନୁଭୂତି ବ୍ୟକ୍ତ କରିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ଆଦେଶ ଦେଇଛନ୍ତି ।