କାଠବାକ୍ସ ଭିତରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ, ଖେଳୁଖେଳୁ ଲୁଚିଯାଇଥିଲେ ଉଭୟେ

କାଠବାକ୍ସରେ ଅଣନିଶ୍ବାସୀ ହୋଇ ଚାଲିଗଲା କୁନି ଭାଇ ଭଉଣୀଙ୍କ ଜୀବନ । ବାପା ମା’ ସହିତ ଖାଇ ସାରିବା ପରେ ଉଭୟେ ଖେଳିବାକୁ ଯାଇଥିଲେ । ଖେଳ ଖେଳରେ ଦୁହେଁ ଏକ କାଠ ବାକ୍ସରେ ପଶିଯାଇଥିଲେ । ଫଳରେ ଏଭଳି ଘଟଣା ଘଟିଛି ।

ଖେଳୁ ଖେଳୁ ଚାଲିଗଲା ଜୀବନ । ଖେଳରେ ଖେଳରେ କାଠ ବାକ୍ସ ଭିତରେ ପଶିଗଲେ ଭାଇ ଭଉଣୀ । ଅଣନିଶ୍ୱାସୀ ହୋଇ ଚାଲିଗଲା ଜୀବନ । ଦିଲ୍ଲୀ ଜୋଗା ଭାଇ ଏକ୍ସଟେନସନ ଅଞ୍ଚଳରେ ଘଟିଛି ଏଭଳି ଦୁଖଦ ଘଟଣା ।

ଖବର ମୁତାବକ, ୮ବର୍ଷର ନୀରଜ ଓ ୬ ବର୍ଷର ଆରତୀ ନିଜ ବାପା ମା’ଙ୍କ ସହ ଖାଇଥିଲେ । ଖାଇସାରିବା ପରେ ଖେଳିବାକୁ ଯାଇଥିଲେ । ୨ ଭାଇ ଭଉଣୀ ଖେଳୁ ଖେଳୁ କାଠ ବାକ୍ସ ଭିତରେ ପଶିଯାଇଥିଲେ । ସେଥିରୁ ଆଉ ବାହାରି ପାରିନଥିଲେ ।
ଦୁଇ ଶିଶୁଙ୍କ ବାପା ବଲବୀର ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରନ୍ତି । କିଛି ସମୟ ପରେ ଛୁଆଙ୍କୁ ଦେଖବାକୁ ନପାଇବାରୁ ବଲବୀର ଓ ତାଙ୍କ ପତ୍ନୀ ଖୋଜିବା ଆରମ୍ଭ କରିଥିଲେ । ଆଖ ପାଖ ଖୋଜିବା ପରେ ମିଳିନଥିଲେ । ଶେଷରେ ଏକ ଗୋଦାମ ଘରୁ ଉଭୟଙ୍କୁ ପାଇଥିଲେ ବଲବୀର । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଶିଶୁଙ୍କୁ ଉଦ୍ଧାର କରିଥିଲା । ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛି ।

ସୂଚନାଯୋଗ୍ୟ, ୨୬ ଏପ୍ରିଲରେ ମଧ୍ୟପ୍ରଦେଶର ଭିଣ୍ଡରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ୫ ବର୍ଷର ପୁଅର ଶବ ପଡୋଶୀଙ୍କ ଘରେ ପଡିଥିବା କୁଲରରୁ ମିଳିଥିଲା । ପିଲାର ହାତ, ଗେଡ ଏବଂ ବେକ ରଶିରେ ବନ୍ଧା ଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ହତ୍ୟା ମାମଲାରେ ପୋଲି ୪ ଜଣ ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ପିଲାଟି ଟ୍ୟୁସନ ପଢିବାକୁ ଯାଇଥିଲା । ଏହାପରେ ଘରକୁ ଆଉ ଫେରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.