ମଧ୍ୟପ୍ରଦେଶ ଜବଲପୁର ଷ୍ଟେସନରେ ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ । ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ର ୨ ବଗି ଲାଇନଚ୍ୟୁତ ହୋଇଛି । ଜବଲପୁର ଷ୍ଟେସନରେ ପ୍ଲାଟର୍ଫମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାଟି ସକାଳ ୫.୫୦ ମିନିଟରେ ହୋଇଥିଲା । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଇନ୍ଦୋର-ଜବଲପୁର ସୋମନାଥ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଗତି କମ ଥିବା ଯୋଗୁଁ ବଡ ଦୁର୍ଘଟଣା ବର୍ତ୍ତିଯାଇଛି । ପ୍ଲାଟଫର୍ମ ଠାରୁ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍ରୁ ହଟାଇବା କାମ ଜାରି ରହିଛି । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରହିଛି ।
#WATCH | Two coaches of Indore- Jabalpur Overnight Express derailed in Jabalpur, Madhya Pradesh. No casualties/injuries reported.
More details awaited pic.twitter.com/A8y0nqoD0r
— ANI (@ANI) September 7, 2024
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜବଲପୁରର ରେଲୱେ ଷ୍ଟେସନ ନିକଟରେ ଏକ ଟ୍ରେନ ଲୁହା ରଡରେ ଧକ୍କା ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ଯାଞ୍ଚ ଚାଲିଛି । ୧୮ ଅଗଷ୍ଟ ରାତିରେ ନୈନପୁର-ଜବଲପୁର ଟ୍ରେନ ଲୁହା ଖୁଣ୍ଟରେ ଧକ୍କା ହେବା ଖବର ମିଳିଥିଲା ।