ଦେଶ ବିଦେଶ

ଶ୍ୱଶୁର ମୁଲାୟମ୍‌ ସିଂ ଯାଦବଙ୍କ ଆସନରେ କ’ଣ ସାମ୍ନାସାମ୍ନି ହେବେ କି ଦୁଇ ବୋହୂ! ଡିମ୍ପଲ୍‌ ଓ ଅପର୍ଣ୍ଣା ଯାଦବଙ୍କୁ ନେଇ ଚର୍ଚ୍ଚା

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ନିଧନ ପରେ ତାଙ୍କ ଲୋକସଭା ଆସନ ମେନପୁରୀରେ ହେଉଥିବା ଉପନିର୍ବାଚନରେ ଦଳ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ସେପଟେ ଅନୁମାନ କରାଯାଉଛି କି, ଭାରତୀୟ ଜନତା ପାର୍ଟି ତରଫରୁ ମୁଲାୟମ ସିଂଙ୍କ ପୁଅ ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣାଙ୍କୁ ପ୍ରାର୍ଥୀ କରାଯାଇପାରେ।

ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ସହ ଅପର୍ଣ୍ଣା ଯାଦବଙ୍କ ସାକ୍ଷାତ ପରେ କଳ୍ପନାଜଳ୍ପନା ଜୋର୍‌ ଧରିଛି। ଗୁରୁବାର ସନ୍ଧ୍ୟାରେ ଏହି ବୈଠକ ହୋଇଥିଲା। ଅପର୍ଣ୍ଣା ଯାଦବ ନିଜେ ଟ୍ଵିଟ୍‌ କରି ଏ ନେଇ ସୂଚନା ଦେଇଥିଲେ। ଯଦିଓ ଅପର୍ଣ୍ଣା ଓ ବିଜେପି ରାଜ୍ୟ ସଭାପତିଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଛି, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ସିଏମ ଯୋଗୀଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମେନପୁରୀ ପାଇଁ ଆଶାୟୀଙ୍କ ନାମ ଉପରେ ଚର୍ଚ୍ଚା ହେବ। କିନ୍ତୁ ସେପଟେ କିଛି ସୂତ୍ରରୁ ଜଣାପଡ଼ିଛି ଯେ ଅପର୍ଣ୍ଣା ଯାଦବଙ୍କ ନାମରେ ଚର୍ଚ୍ଚା ହେଉନାହିଁ, ବରଂ ଗତଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରେମ ସିଂ ଶାକ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଅପର୍ଣ୍ଣା ଚଳିତ ବର୍ଷ ଜାନୁଆରୀ ୧୯ରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିଲେ। ସେ ହେଲେ ମୁଲାୟମ ସିଂଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ମେନପୁରୀ ଲୋକସଭା ଆସନ ବ୍ୟତୀତ ୫ ବିଧାନସଭା ଆସନରେ ୫ ଡିସେମ୍ବରରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago