ଦେଶ ବିଦେଶ

ଆଜିଠୁ ସିଡବ୍ଲୁସିର ଦୁଇ ଦିନିଆ ବୈଠକ:୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ସିଡବ୍ଲୁସିର ଦୁଇ ଦିନିଆ ବୈଠକ । ହାଇଦ୍ରାବାଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଆଗାମୀ ବର୍ଷ ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି । ସେପ୍ଟେମ୍ବର ୧୭ରେ ସିଡବ୍ଲୁସି ବୈଠକରେ ସାମିଲ ହେବେ ସମସ୍ତ ସିଡବ୍ଲୁସି ସଦସ୍ୟ, ପିସିସି ସଭାପତି ଓ ସିଏଲପି ନେତା । ବିଜୟ ରାଲି କରିବ କଂଗ୍ରେସ । ଏହା ସହ ତେଲେଙ୍ଗାନା ପାଇଁ ୫ ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିବ ଦଳ। ସରକାର ଆସିଲେ ତୁରନ୍ତ ୫ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା କେସି ବେଣୁଗୋପାଳ ।

ଦେଶର ସ୍ଥିତି ଉପରେ ମଧ୍ୟ ସିଡବ୍ଲୁସି ବୈଠକରେ ଆଲୋଚନା ହେଉଛି। ବିଶେଷ କରି ଦେଶର ରାଜନୈତିକ ସ୍ଥିତି ଏବଂ ଅର୍ଥନୈତିକ ସଂକଟ ଉପରେ ଆଲୋଚନା ହେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ। ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ଗତ ମାସରେ CWCର ନୂଆ ଟିମ ଘୋଷଣା କରିଥିଲେ ମଲ୍ଲିକାର୍ଜ୍ଜୁନ ଖଡଗେ ।

Sasmita

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

29 seconds ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

44 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

52 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago