ୟୁପି: ଘର ଭୁୁଶୁଡ଼ି ମାଟି ତଳେ ଦବି ଗଲେ ପରିବାରର ୬ ସଦସ୍ୟ, ୨ ପିଲା ମୃତ

ୟୁପିର କନୌଜରେ ଗତ ବିଳମ୍ବିତ ରାତିରେ ଏକ ଘର ଭୁଶୁଡ଼ି ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ପରିବାରର ୬ ଜଣ ସଦସ୍ୟ ମାଟି ତଳେ ଦବି ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାକି ୪ ଜଣଙ୍କର ଚିକିତ୍ସା ଚାଲିଛି ।

କନୌଜ ଜିଲ୍ଲାର ଇନ୍ଦରଗଡ଼ ଥାନା ଅଧୀନ ଗୋପାଳପୁର ଗାଁରେ ଏହି ଘଟଣା ଘଟିଛି । ଗାଁର ୪୫ ବର୍ଷୀୟ ରାମଦାସ ନିଜ ସ୍ତ୍ରୀ ଏବଂ ୪ ପିଲାଙ୍କ ସହ ଛାତ ଉପରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟାରେ ହଠାତ୍‌ ସେମାନଙ୍କ ଘରଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ପୂରା ପରିବାର ମାଟି ତଳେ ଦବି ଯାଇଥିଲେ ।

ଗ୍ରାମବାସୀ ଏ ବିଷୟରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପରିବାରକୁ ମାଟି ତଳୁ ବାହାର କରିଥିଲା ଏବଂ ତୁରନ୍ତ ହସେରନ୍‌ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତିଓ୍ୱା ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ୨ ପିଲାଙ୍କର ମୃତ୍ୟୁ ଘଟିଥିଲା ।

କୁହାଯାଉଛି ଯେ ବର୍ଷା ଯୋଗୁ ଘରେ ଫାଟ ସୃଷ୍ଟି ହୋଇଥିଲା ଏବଂ କାନ୍ଥଗୁଡ଼ିକ ଦୁର୍ବଳ ହୋଇଯାଇଥିଲା, ଯେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like