ନିଶାସକ୍ତ ବାପା ପାଖରେ ରାହା ଧରି କାନ୍ଦୁଥିଲା ଦେଢ଼ ମାସର ଛୁଆ, ସ୍ତନ୍ୟପାନ କରାଇ ଜୀବନ ବଞ୍ଚାଇଲେ ମହିଳା କନେଷ୍ଟବଳ

ଭୋକରେ ଛଟପଟ ହେଉଥିବା ଶିଶୁକୁ ସ୍ତନ୍ୟପାନ କରାଇ ନୂଆ ଜୀବନ ଦେଲେ ମହିଳା କନେଷ୍ଟବଳ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବାରାଁ ଜିଲ୍ଲାରେ। ଶିଶୁଟିର ବାପା ରାଧେଶ୍ୟାମ ସବୁ ବେଳେ ମଦ ନିଶାରେ ମାତାଲ ରହିଥାନ୍ତି। ଗତ ମଙ୍ଗଳବାର ରାତିରେ ସେ ଶ୍ୱଶୁର ଘର କାମଖେଡ଼ା ଗାଁକୁ ଯାଇଥିଲେ। ରାତି ପାହୁ ପାହୁ ବୁଧବାର ଭୋରୁ ସେ କାହାକୁ କିଛି ନ କରି ନିଜ ଦେଢ଼ ମାସ ଶିଶୁକୁ ଧରି ଚୁପ୍‌ଚାପ ଚାଲି ଆସିଥିଲେ। ଭୋକିଲା ଛୁଆକୁ ସାଙ୍ଗରେ ଧରି ସେ ପ୍ରାୟ ୧୫ କିଲୋମିଟର ଚାଲିବା ପରେ ଜଙ୍ଗଲରେ ବସି ମଦ ପିଇଥିଲେ। ସକାଳୁ ରାଧେଶ୍ୟାମଙ୍କ ପତ୍ନୀ କମଳାଙ୍କର ନିଦ ଭାଙ୍ଗିବାରୁ ସେ ଛୁଆ ନଥିବା ଦେଖିଥିଲେ। ଖୋଜାଖୋଜି କରିବା ବେଳେ ଘରେ ରାଧେଶ୍ୟାମ୍‌ ବି ନଥିଲେ। ଏଣୁ ରାଧେଶ୍ୟାମ ହିଁ ଛୁଆକୁ ନେଇଥିବା ସେ ସନ୍ଦେହ କରିଥିଲେ।

ଛୁଆ କୁଆଡ଼େ ଚାଲିଯାଇଥିବା ନେଇ କମଳା ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତୁରନ୍ତ ଖୋଜାଖୋଜି କରିବା ବେଳେ ରାଧେଶ୍ୟାମଙ୍କୁ ନିଶାସକ୍ତ ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଦେଖିଥିଲେ। ତାଙ୍କ ପାଖରେ ଛୁଆ ଭୋକ ଉପାସରେ କାନ୍ଦୁଥିଲା। ଏହା ଦେଖି ଛୁଆର ଜୀବନ ବଞ୍ଚାଇବାକୁ ମହିଳା କନେଷ୍ଟବଳ ତୁରନ୍ତ ଶିଶୁକୁ କୋଳେଇ ନେଇଥିଲେ। ଦୁଇ ମହିଳା କନେଷ୍ଟବଳ ପୂଜା ଓ ମୁକଲେଶ ଛୁଆକୁ ନିଜ କ୍ଷୀର ପିଆଇଥିଲେ। ସ୍ତନ୍ୟପାନ ପରେ ସେ ଛୁଆକୁ ଗିନା ଚାମଚରେ ପାଣି ପିଆଇଥିଲେ। ତା’ ପରେ ଛୁଆ ଶାନ୍ତ ହୋଇଥିଲା। ଖବର ପାଇ କମଳା ପହଞ୍ଚିବା ପରେ ତାଙ୍କୁ ଛୁଆକୁ ଦେଇଥିଲେ।

Police

ଏ ନେଇ କନେଷ୍ଟବଳ ପୂଜା କହିଛନ୍ତି, ଛୁଆକୁ ଦେଖି ଲାଗୁଥିଲା ସେ ଦୀର୍ଘ ସମୟ ହେଲାଣି ଭୋକିଲା ଅଛି। ଏଣୁ ମୁଁ ଓ ମୁକଲେଶ ତାକୁ ସ୍ତନ୍ୟପାନ କରାଇଥିଲୁ। ଆମେ ଖୁସି ଯେ ଆମ ଯୋଗୁ ଏକ ଛୁଆର ଜୀବନ ବଞ୍ଚିଯାଇଛି। ଅନ୍ୟପଟେ ପୋଲିସ କହିଛି ଯେ ରାଧେଶ୍ୟାମ ନିକଟରୁ ନିଦ ଔଷଧ ବି ମିଳିଛି। ଏବେ ତାହାର ତଦନ୍ତ ଚାଲିଛି।

ପୁରସ୍କୃତ କଲେ ପୋଲିସ ଅଧୀକ୍ଷକ:

ଦେଢ଼ ମାସ ଶିଶୁକୁ ଅମୃତ ପାନ କରାଇ ଜୀବନ ବଞ୍ଚାଇଥିବା ଦୁଇ ମହିଳା ପୋଲିସ ଅଫିସର ପୂଜା ଓ ମୁକଲେଶଙ୍କୁ ବାରାଁ କଲ୍ୟାଣ ସୀମା ପୋଲିସ ଅଧୀକ୍ଷକ ୫୦୧- ୫୦୧ ଟଙ୍କାର ନଗଦ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଏଭଳି ମହାନ୍‌ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Also Read: ଗ୍ରାଜୁଏସନ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌, ମାସକୁ ମିଳିବ ୮୦୦୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.