ଦେଶ ବିଦେଶ

ସାଙ୍ଗର ସ୍ତ୍ରୀକୁ ଦୁଷ୍କର୍ମରୁ ରକ୍ଷା କଲେ ୨ ବନ୍ଧୁ, ଫାଉଡାରେ ଦୁଇ ଖଣ୍ଡ କରିଦେଲେ ଦୁର୍ବୃତ୍ତର ମୁଣ୍ଡ-ଗଣ୍ଡି

ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଦେଖି ଏତେ ରାଗ ଆସିଥିଲା ଯେ ୩ଜଣଙ୍କ ସହ ମିଶି ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟିଦେଇଥିଲେ। ଏହାପରେ ସେହି କଟାମୁଣ୍ଡକୁ ୪କି.ମି ଦୂରରେ ଫୋପାଡିଦେଇଥିଲେ। ଏଭଳି ସମ୍ବେଦନଶୀଳ ଘଟଣା ଉତ୍ତର ପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି।

ସୂଚନାମ ମୁତାବକ ଉତ୍ତର ପ୍ରଦେଶରେ ମୁଣ୍ଡ କଟା ମୃତଦେହ ମିଳିବା ଖବର ପୋଲିସ୍‌ ଖୁଲାସା କରିବା ସହ ଏକ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଜଘନ୍ୟ ଘଟଣାରେ ମୃତକ ନିକୋଲସଙ୍କ ପତ୍ନୀଙ୍କ ସହ ନିର୍ଯ୍ୟାତନା କରିବା ସମୟରେ ନିକୋଲସଙ୍କ ୨ ସାଥୀ ମିଶି ଏକ ଫାଓଡା ସାହାଯ୍ୟରେ ଦୁଷ୍କର୍ମକାରୀଙ୍କ ଗଳା କାଟି ଅଲଗା କରିବା ସହ କଟା ମୁଣ୍ଡକୁ ୪ କି.ମି ଦୂରରେ ଫୋପାଡି ଦେଇଥିବା ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ରାମପୁର ପୋଲିସ ଷ୍ଟେସନର ବାରାଇପୁର ମଙ୍ଗଲରାଓ ମଂଝାରିୟା ଗାଁ ନିକଟରେ ଜଣେ ଯୁବକଙ୍କର ମୁଣ୍ଡ କାଟି ଦିଆଯାଇଥିଲା, ଅର୍ଥାତ ଏକ ମୁଣ୍ଡ ବିହିନ ଶବ ମିଳିଥିଲା। ସୂଚନା ମୁତାବକ ପୋଲିସ ସନ୍ଧାନୀ କୁକୁର ଟିମ୍‌ ୪ କି.ମି ଦୂର ବେଲଓ୍ଵା ବଜାର ନିକଟରେ ଥିବା ଆଖୁ କ୍ଷେତରେ କଟାମୁଣ୍ଡଟିକୁ ଉଦ୍ଧାର କରିଛନ୍ତି। ଉକ୍ତ ଘଟଣାରେ ନିକୋଲସଙ୍କ ପତ୍ନୀ ମଧ୍ୟ ସହଯୋଗ କରିଥିଲେ। ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ବ୍ୟବହାର କରାଯାଇଥିବା ପାଓଡା, ଛୁରୀ ଏବଂ ରସି ଆଦି ଜବତ କରିଛି।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

36 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

44 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

59 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago