ଜମ୍ମୁ-କଶ୍ମୀର : ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଦୁଇ ହିଜବୁଲ୍‌ ଆତଙ୍କୀ ମୃତ

ଶ୍ରୀନଗର : ଶ୍ରୀନଗର ନଓ୍ଵାକାଦଲରେ ସୁରକ୍ଷା କର୍ମୀମାନେ ଗତକାଲି ରାତି ପ୍ରାୟ ୨ଟାରେ ଦୁଇ ଜଣ ହିଜ୍‌ବୁଲ୍‌ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ଠାରୁ ଦୁଇଟି ଅଟୋମେଟିକ୍‌ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଆତଙ୍କବାଦୀ ଦ୍ୱୟ ପାକିସ୍ତାନ ସହାୟତାରେ ଚାଲିଥିବା ହିଜ୍‌ବୁଲ୍‌ ମୁଜାହିଦିନ୍‌ର ଦୁଇ ଜଣ ସଦସ୍ୟ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ଦୁଇଜଣ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆହତ ହୋଇଥିଲେ ।

Hizbul-terrorist-1

ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଜାରି ରଖିଥିବା ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀ ଦ୍ୱୟ ସୁରକ୍ଷା କର୍ମୀଙ୍କ ଗୁଳିରେ ସେଠାରେ ପ୍ରାଣ ତ୍ୟାଗ କରିଥିଲେ ।

ପାଲଟା ଆକ୍ରମଣରେ ଦୁଇ ଜଣ ସିଆର୍‌ପିଏଫ୍‌ ଜବାନ ଆହତ ହୋଇଥିବା ଜଣାଯାଇଛି । ଜାନୁୟାରୀରୁ ଆଜି ଯାଏ ଜାମ୍ମୁ କାଶ୍ମୀରରେ ୬୯ ଜଣ ଆତଙ୍କବାଦୀଙ୍କୁ ମରାଗଲାଣି । ଯେଉଁଥିରେ କେବଳ ୨୨ ଆତଙ୍କବାଦୀ ହିଜ୍‌ବୁଲ୍‌ ମୁଜ୍ଜାହିଦ୍ଦିନର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.