ଦେଶ ବିଦେଶ

ଆମେରିକାର ମାନସିକ ରୋଗୀ ହସପିଟାଲରେ ଗୁଳିକାଣ୍ଡ, ୨ ମୃତ

ଆମେରିକାର ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପସାୟରର ଏକ ଡାକ୍ତରଖାନାରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଷ୍ଟେଟ୍ ପୋଲିସ୍ କର୍ଣ୍ଣ ମାର୍କ ହଲ୍ କହିଛନ୍ତି ଯେ, ସନ୍ଦିଗ୍ଧ ଜଣକ କର୍ନକର୍ଡର ନ୍ୟୁ ହାମ୍ପସାୟର୍ ହସ୍ପିଟାଲରେ ପ୍ରବେଶ କରି ଲବିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିଲା।

ଖବର ମୁତାବକ, ଡାକ୍ତରଖାନାରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାୟାରିଂ କରିଥିଲେ । ଦୁର୍ବୃତ୍ତ ଜଣକ ହସପିଟାଲରେ ଲବିରେ ଏଭଳି କାଣ୍ଡ ରଚିଥିଲା । ତେବେ ସାଧାରଣଙ୍କ ପାଇଁ କୌଣସି ବିପଦ ନାହିଁ କିମ୍ବା ଡାକ୍ତରଖାନା ରୋଗୀଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ପୋଲିସ କହିଛନ୍ତି ।

ସୂଚନାଯୋଗ୍ୟ, ନ୍ୟୁ ହାମ୍ପସାୟରରେ ୧୮୫ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା । ଏଠାରେ ଗୁରୁତର ମାନସିକ ରୋଗୀଙ୍କ ଚିକିତ୍ସା କରାଯାଏ । ଆମେରିକାରେ ଦିନକୁ ଦିନ ବଢିଚାଲିଛି ଗୁଳିକାଣ୍ଡ ଘଟଣା । ଆମେରିକାରେ ଗୁଳିକାଣ୍ଡ ଘଟଣା ସାଧାରଣ କଥା ହୋଇଯାଇଛି । ଏଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଉଛି ।

Swagatika

Recent Posts

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

2 mins ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

22 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

33 mins ago

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

60 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

60 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

1 hour ago