Sonipat old age home : ଦୁଇଥର ବାହାଘର, ବ୍ୟାଙ୍କ ଖାତାରେ ୪୦ ଲକ୍ଷ ଟଙ୍କା…ହେଲେ ଶେଷ ସମୟରେ କେହି ନାହାନ୍ତି ସାହାରା
ସୋନିପତ : ଦୁଇଥର ବାହାଘର, ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ହେଲେ ଶେଷ ସମୟରେ ବୃଦ୍ଧାଶ୍ରମରେ କଟୁଛି ଜୀବନ । ଦୁଇଟି ବାହାଘର ହୋଇଥିବା ସତ୍ତ୍ବେ ମଧ୍ୟ ଶେଷ ସମୟରେ ହାତ ଧରି ସାହାରା ହେବାକୁ କେହି ପାଖରେ ନାହାନ୍ତି । ତେଣୁ ଜୀବନରେ ଶେଷ ସମୟରେ ଏକୁଟିଆ ହୋଇପଡିଛନ୍ତି ମହିଳା ଜଣକ । ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଥିଲେ, ମଧ୍ୟ ସାହାରା ଏବଂ ଖୁସି ପାଇଁ ମହିଳା ଜଣକ ଅସହାୟ । ସୋନିପତର ବୃଦ୍ଧାଶ୍ରମରେ ଜଣେ ମହିଳା ଏଭଳି ଜୀବନ କାଟୁଛନ୍ତି ।
ହରିୟାଣାର ସୋନିପତ ଅଞ୍ଚଳର ଏକ ବୃଦ୍ଧାଶ୍ରମରେ ରହୁଥିବା ଜଣେ ମହିଳା ଦୁଇଟି ବିବାହ କରିଥିଲେ । ଦୁଇଟି ବାହାଘରର ସ୍ବାମୀ ଆଉ ଏ ଦୁନିଆରେ ନାହାନ୍ତି । ପ୍ରଥମ ସ୍ୱାମୀଙ୍କର ପରଲୋକ ପରେ ଜୀବନକୁ ସଜାଡିବା ପାଇଁ ସେ ଦ୍ୱିତୀୟ ବିବାହ କରିଥିଲେ । ହେଲେ ଦଇବକୁ ଆଉ କିଛି କରିବାର ପ୍ଲାନ ଥିଲା । ଦ୍ବିତୀୟ ବିବାହ ପରେ ସ୍ବାମୀଙ୍କ ନିଧନ ହୋଇଥିଲା । ପୁଅକୁ ପାଳିପୋଷି ବଡ କରିଥିଲେ, ଆଉ ସବୁ ମା’ ଭଳି ଏ ମା ମଧ୍ୟ ଜୀବନର ଶେଷ ସମୟ ପୁଅ ସାହାରାରେ ବିତାଇବ ବୋଲି ଭାବିଥିଲା । ଏଥିପାଇଁ ଜମାପୁଞ୍ଜି ବ୍ୟାଙ୍କରେ ରଖିଥିଲା । କିନ୍ତୁ ପୁଅ ମଧ୍ୟ ଠିକ୍ ସମୟରେ ହାତ ଛାଡିଦେଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୪୦ ଲକ୍ଷ ଟଙ୍କା ଜମା ରହିଛି । ଟଙ୍କାର ଅଭାବ ନ ଥିବା ସତ୍ତ୍ବେ ମହିଳାଙ୍କ ପାଖରେ ଶେଷ ଏବଂ ସବୁଠୁ ବଡ଼ ଖୁସି ନାହିଁ । ନିଜ ପୁଅ ତାଙ୍କୁ ଅଲଗା କରିଦେିଛନ୍ତି । ତେଣୁ ଶେଷ ଜୀବନ ବୃଦ୍ଧାଶ୍ରମରେ କଟୁଛି ।
ମହିଳାଙ୍କ ପାଖରେ ଏତେ ଟଙ୍କା ଅଛି, କିନ୍ତୁ ରହିବାକୁ ଘର ନାହିଁ କି ସେ ଘରେ ରହିବାକୁ ତାଙ୍କ ପାଖରେ ମନର ମଣିଷ ନାହାନ୍ତି । ତେବେ ଏହି ବୃଦ୍ଧାଶ୍ରମରେ ଥିବା ଅନେକ ମହିଳାଙ୍କ ଜୀବନ ଏମିତି । କିଏ ଘର କରିଥିଲା ତ କିଏ ଚାକିରି କରିଥିଲା ଆଉ କିଏ ବଡ଼ ବ୍ୟବସାୟ କରିଥିଲା । ନିଜ ପିଲାଙ୍କ ପାଇଁ ଏତେ ସବୁ ସଂଚୟ କରି ମଧ୍ୟ ଆଜି ଏଭଳି ବେସାହାରା ଭାବେ ବୃଦ୍ଧାଶ୍ରମରେ ଜୀବନ କଟାଇବାକୁ ପଡୁଛି । ଶେଷ ସମୟରେ ଜୀବନରେ ସାହାର ହେବାକୁ କେହି ନାହାନ୍ତି । କେବଳ ଏହି ବୃଦ୍ଧାଶ୍ରମରେ ନୁହେଁ, ଦେଶର ଏମିତି କେତେକ ବୃଦ୍ଧାଶ୍ରମରେ ସମାନ କାହାଣୀ ଦେଖିବାକୁ ମିଳୁଛି ।
Also Read : Agra Two Storey Building Collapse : ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ୨ ମହଲା କୋଠା, ଅଳ୍ପକେ ବର୍ତ୍ତିଲେ ଲୋକ