ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା, ଏନକାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର(କେନ୍ଯୁଜ୍) : ଜମ୍ମୁ କଶ୍ମୀରର ବଡ଼ ଗାମରେ ଆଜି ସକାଳୁ ପୁଣି ଆତଙ୍କବାଦୀ ସୁରକ୍ଷାବାହିନୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀ ସଂପର୍କରେ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆତଙ୍କବାଦୀମାନେ ସେନାର ଯବାନମାନଙ୍କ ଉପରକୁ ଗୁଳି କରିଥିଲେ ମଧ୍ୟ ସେମାନେ ସଫଳ ହୋଇ ନାହାନ୍ତି । ତେବେ ଘଟଣାସ୍ଥଳରେ ସେନାର ଅପରେସନ ଜାରି ରହିଛି ।