କେଦାରନାଥ ଧାମକୁ ଯାଉଥିବା ବେଳେ ଅଘଟଣ । ପାହାଡ଼ ଉପରୁ ଖସିଲା ପଥର । ଦୁଇ ମୃତ, ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡ କେଦାରନାଥ ଧାମକୁ ଯାତ୍ରା କରୁଥିବା ସମୟରେ ପଥର ଖସି ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ଏବଂ SDRF ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।
ଖବର ମୁତାବକ, କିଛି ଶ୍ରଦ୍ଧାଳୁ ଆଜି ଜଙ୍ଗଲୀଚଟ୍ଟି ଘାଟ ଟ୍ରେକିଂ ରୁଟରେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆହତ ୩ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ରୁଦ୍ରପ୍ରୟାଗ ପୋଲିସ ପକ୍ଷରୁ ସୂଚନା ମିଳିଛ । ଏହାସହିତ ଜଣେ ନିଖୋଜ ରହିଛନ୍ତି, ଯାହାଙ୍କୁ ଖୋଜାଚାଲିଛି । ମୃତକ ଦୁଇ ଜଣଙ୍କୁ କଣ୍ଡି ସହାୟତାରେ ଗୌରୀକୁଣ୍ଡକୁ ଅଣାଯାଇଛି ।
#WATCH | Uttarakhand | Two people dead, three injured due to the falling of stones from the top of a hill near Junglechatti ghat on the trek route to Kedarnath Dham, says Rudraprayag Police.
On information about the incident, Police and DDRF personnel immediately reached the… pic.twitter.com/61rEl1QM7Z
— ANI (@ANI) June 18, 2025
ଏହାପୂର୍ବରୁ ଜୁନ୍ ୧୫ ରବିବାରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହାଇଚନ୍ତି । ପ୍ରବଳ ବର୍ଷା କାରଣରୁ ହଠାତ୍ ମାଟି ଧସିଥିଲା । ଏହାଦ୍ବାରା କିଛି ଲୋକ ଆହତ ହୋଇଥିଲେ । ଯାହା କାରଣରୁ ସୋନପ୍ରୟାଗରୁ କେଦାରନାଥ ପଦଯାତ୍ରାରେ ରୋକ୍ ଲଗାଇ ଦିଆଯାଇଥିଲା । ଏହାପରେ ଜୁନ୍ ୧୭ ତାରିଖରେ ରାସ୍ତାକୁ ସଫା କରାଯାଇଥିଲା ।
କେଦାରନାଥରେ ପାଣିପାଗ ବିଭାଗ ବର୍ଷା କାରଣରୁ ଆଲର୍ଟ ଜାରି କରିଛି । ବର୍ଷା ଯୋଗୁଁ ଯାତାୟତ ପାଇଁ ସମସ୍ୟା ଉପୁଜିଛି । ତେଣୁ ଯାତ୍ରା ପାଣିପାଗ ପୂର୍ବାନୁମାନ ମୁତାବକ ଯାତ୍ରା କରନ୍ତୁ ।
Also Read : ପାକିସ୍ତାନ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ପରେ ଲାଇନଚ୍ୟୁତ, ୪ଟି ବଗି ଓଲଟିଲା