ନୋଏଡା : ନୋଏଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ, ନୋଏଡା ଗିଝୋଡ ଗ୍ରାମର ଆଶୀର୍ବାଦ ସେଣ୍ଟରରେ ଏକ ସ୍ପା ସେଣ୍ଟର ରହିଛି। ଏଠାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ନିଆଁ ଲାଗିଯାଇଥିଲା। ଅଘଟଣ ବେଳେ ସ୍ପାରେ ୧୨ରୁ ଅଧିକ ଯୁବକ ଓ ଯୁବତୀ ରହିଥିଲେ । ତେବେ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନେ ହେଲେ ଅଙ୍କୁଶ ଓ ରାଧା ଚୌହାନ । ସ୍ପା ସେଣ୍ଟରଟି କୋଭିଡ କଟକଣା ଯୋଗୁଁ ଦୀର୍ଘ ବର୍ଷେ ହେବ ବନ୍ଦ ରହିଥିଲା। ଆଉ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଜଣାପଡିଛି।
ଅଗ୍ନିକାଣ୍ଡ ବାବଦରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଟିମ୍ ଆସି ନିଆଁ ଲିଭାଇଥିଲା । ଏହାସହ ମୃତଦେହକୁ ମଧ୍ୟ ଉଦ୍ଧାର କରିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…