କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଲା ଉପହାର, ବଢିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି । କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨ ପ୍ରତିଶତ ବଢାଇଛନ୍ତି । ଫଳରେ ମହଙ୍ଗା ଭତ୍ତା ୫୩%ରୁ ୫୫% ପ୍ରତିଶତକୁ ବୃଦ୍ଧି ପାଇଛି । ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ ।

ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ବଢିଥାଏ । ପୂର୍ବରୁ ମାର୍ଚ୍ଚ ମାସରେ ହୋଲି ସମୟରେ ମହଙ୍ଗା ଭତ୍ତା ବଢିଥିଲା । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ନିକଟରେ ଜୁଲାଇ ୨୦୨୪ରେ ବଢାଯାଇଥିଲା । ଏହି ସମୟରେ ୫୦ ପ୍ରତିଶତରୁ ୫୩ ପ୍ରତିଶତ ହୋଇଥିଲା । ଗତବର୍ଷ ମାର୍ଚ୍ଚ ୭ରେ କ୍ୟାବିନେଟ ଡିଏ ୪୬%ରୁ ବଢାଇ ୫୦ ପ୍ରତିଶତ କରିଥିଲା ।
ଜାନୁଆରୀ ୨୦୨୫ରେ କେନ୍ଦ୍ର ସରକାର ୮ମ ବେତନ ଆୟୋଗ ଲାଗୁ ହେବା ପାଇଁ ଘୋଷଣା କରିଥିଲେ । ତେବେ ଆଗାମୀ ବର୍ଷ ଏହା ଲାଗୁ ହେବ ବୋଲି ଘୋଷଣା କରାଯାଉଛି ।

Also Read : ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କଲେ ମୋଦି, କହିଲେ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ