ଜମ୍ମୁ କଶ୍ମୀର : ଭ୍ୟାନରୁ ମିଳିଲା ଦୁଇ ପୋଲିସଙ୍କ ମୃତଦେହ, ଶରୀରରେ ବାଜିଛି ଗୁଳି

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍‌ ଭିତରୁ ମିଳିଲା ଦୁଇ ପୋଲିସ କର୍ମୀଙ୍କ ମୃତଦେହ । ଦୁଇ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ମାତା କାଳୀ ମନ୍ଦିର ପାଖରେ ଘଟିଛି ଏଭଳି କିଛି ଘଟଣା । ଘଟଣା ସକାଳ ୭.୩୦ ମିନିଟରେ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଳୀ ମାତା ମନ୍ଦିର ବାହାରେ ପୋଲିସ ଭ୍ୟାନ୍‌ ଭତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିଛି । ଦୁଇ ପୋଲିସ କର୍ମୀ ପରସ୍ପର ଉପରକୁ ଗୁଳି ମାଡ଼ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି । ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ AK-47 ବନ୍ଧୁକର ବ୍ୟବହାର କରାଯାଇଛି । ସେହିପରି ଆଉ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯେଉଁ ପୋଲିସ ଭ୍ୟାନ୍ ସପୋର୍‌ର ତଲଓ୍ୱାଡ ଯାଉଥିଲା । ଭ୍ୟାନ୍‌ରେ ଥିବା ପୋଲିସ କର୍ମୀ ଟ୍ରେନିଂ ସେଣ୍ଟରକୁ ଯାଉଥିଲେ । ତେବେ ରାସ୍ତାରେ କୌଣସି ବିବାଦ ଯୋଗୁ ପରସ୍ପର ଝଗଡ଼ା ହୋଇଥିଲେ । ଏହାରେ ପରସ୍ପର ଉପରକୁ ଗୁଳିମାଡ଼ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।