କେରଳରେ ୧୨ ଘଣ୍ଟା ଭିତରେ ୨ ରାଜନେତାଙ୍କୁ ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଜାରି ହେଲା ୧୪୪ ଧାରା

ନୂଆଦିଲ୍ଲୀ : କେରଳର ଅଲଜୁପ୍ପା ଜିଲ୍ଲାରେ ବିରୋଧୀ ବିଜେପି ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ର ଦୁଇ ନେତାଙ୍କୁ ହତ୍ୟା କରାଯାଇଛି। ୧୨ ଘଣ୍ଟା ଭିତରେ ଦୁଇ ଦୁଇ ଜଣ ବିଜେପି ନେତାଙ୍କୁ ହତ୍ୟା କରାଯିବା ପରେ ସେଠାରେ ୧୪୪ ଧାରା ଲାଗୁ କରିଛି ପୋଲିସ । ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି।

ସୂଚନା ମୁତାବକ ରବିବାର ସକାଳେ ବିଜେପିର ଓବିସି ମୋର୍ଚ୍ଚାର ରାଜ୍ୟ ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା, ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପୋଲିସ କହିଛି ଯେ ବିଜେପି ନେତା ସକାଳେ ବୁଲିବାକୁ ବାହାରିଥିବାବେଳେ ଆଠ ଜଣିଆ ଆକ୍ରମଣକାରୀ ଦଳ ତାଙ୍କୁ ଆକ୍ରମଣ କରି ଛୁରୀରେ ହତ୍ୟା କରିଥିଲେ । ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଶନିବାର ବିଳମ୍ବିତ ରାତିରେ ମଧ୍ୟ ଆଉ ଜଣେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ଜଣେ ନେତା କେଏସ୍ ସାନଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ପାଇଁ ପାର୍ଟି ଆରଏସଏସକୁ ଦାୟୀ କରିଛି । ଏହି ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଆଜି ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ପୋଲିସ କହିଛି ଯେ କାରରେ ଆସିଥିବା ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲେ । ତଳେ ପଡ଼ିଯିବା ପରେ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କ ଶରୀରରେ ୪୦ଟି କ୍ଷତ ହୋଇଥିଲା। କ‌ୋଚିସ୍ଥିତ ‘ଗଭର୍ଣ୍ଣମେଣ୍ଟ୍‌ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌’ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ଆଲପ୍ପୁଝାରେ ୧୪୪ ଧାରା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.