ଛତିଶଗଡ : ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ, ୪ ଗୁରୁତର

ଛତିଶଗଡରେ ନକ୍ସଲଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ନକ୍ସଲଙ୍କୁ ଖୋଜି ଖୋଜି ନିପାତ ପାଇଁ ନିର୍ଦ୍ଦେଶ ରହିଛି । ଏହାସତ୍ତ୍ୱେ ମଧ୍ୟ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ଛତିଶଗଡ ସୀମାରୁ ସେଟ୍‌ ଅଞ୍ଚଳରେ ସୁରକ୍ଷାକର୍ମୀ ୧୨ ନକ୍ସଲଙ୍କୁ ନିପାତ କରିବାର କିଛି ଘଣ୍ଟା ପରେ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ସହିଦ ହୋଇଛନ୍ତି । ଘଟଣାରେ ୪ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଛତିଶଗଡ଼ର ବିଜାପୁର ଜିଲ୍ଲାର ତର୍ରିମ ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । STF, DRG ଏବଂ CRPF ର କୋବ୍ରା ଯବାନ ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ । ଘଟଣାସ୍ଥଳରେ CRPF ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆହତଙ୍କୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହିତ ନକ୍ସଲଙ୍କୁ ନିପାତ ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଛି ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ । ସହିଦ ଯବାନଙ୍କ ଆତ୍ମାର ଶାନ୍ତି ଓ ଆହତ ଯବାନଙ୍କ ଆରୋଗ୍ୟ କାମନା କରିଛନ୍ତି । ମାଓବାଦୀଙ୍କୁ ନିପାତ କରିବା ପାଇଁ ଆମ ପକ୍ଷରୁ ଅଭିଯାନ ଜାରି ରହିଛି । ଏଥିପାଇଁ ବିଚଳିତ ହୋଇପଡ଼ିଛନ୍ତି ମାଓବାଦୀ । ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନାହିଁ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଗଢଚିରୋଲି ଜିଲ୍ଲାରେ ଛତିଶଗଡ ସୀମା ସେଟ ଅଞ୍ଚଳରୁ ପୋଲିସ ଏବଂ କମାଣ୍ଡୋ ନକ୍ସଲଙ୍କ ସହିତ ଗୁଳି ବିନିମୟ ହୋଇ ୧୨ ନକ୍ସଲ ନିହତ ହୋଇଥିଲେ । ଏହି ଘଟଣାରେ ୨ ସୁରକ୍ଷାକର୍ମା ଆହତ ମଧ୍ୟ ହୋଇଥିଲେ ।