ମୃତ୍ୟୁର ୧୦ ମାସ ପରେ ଦୁଇ ଭଉଣୀଙ୍କ ଆତ୍ମାକୁ ମିଳିଲା ନ୍ୟାୟ… ଦୁଷ୍କର୍ମ କରି ହତ୍ୟା କରିଥିବା ୩ ଦୋଷୀଙ୍କୁ ତ୍ୱରିତ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ଆସାମର କୋକରାଝର୍‌ ଜିଲ୍ଲା ସେସନ୍ସ କୋର୍ଟ ୩ ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଖବର ରହିଛି କି, ୨୦୨୧ ଜୁନ୍‌ ୧୧ରେ କୋକରାଝର୍‌ରେ ଦୁଇ ଭଉଣୀଙ୍କ ସହିତ ଦୁଷ୍କର୍ମ ପରେ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଘଟଣା ପରେ ପୋକ୍ସୋ ଆକ୍ଟ ଅଧୀନରେ ୩ ଅଭିଯୁକ୍ତ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସୂଚନା ମୁତାବକ, କୋର୍ଟ ଫରିଜୁଲ, ନଜିବୁଲ ଓ ମୁଜାମ୍ମିଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱା ଶର୍ମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ୧୦ ମାସ ଭିତରେ ଶୁଣାଣି ଶେଷ ହେବା ପରେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ପୀଡ଼ିତ ପକ୍ଷଙ୍କ ଓକିଲ କହିଛନ୍ତି ଯେ କୋର୍ଟ ତିନିଜଣ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରାଇ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। SIT ଟିମ୍‌ର ସହଯୋଗ ଏବଂ ନ୍ୟାୟାଳୟଙ୍କ ତ୍ୱରିତ ନିଷ୍ପତ୍ତିରୁ ମୃତା ଦୁଇ ଭଉଣୀଙ୍କୁ ନ୍ୟାୟ ମିଳିଛି।

ଏହି ମାମଲାର ତଦନ୍ତ କନ୍‌ଭେନସନାଲ୍‌ ହିସାବରେ କରାଯାଇ ନାହିଁ। ଇଲେକ୍ଟ୍ରୋନିକ୍‌ ପ୍ରମାଣ ମିଳିବା ପରେ କେବଳ ବ୍ୟବଚ୍ଛେଦ ରିପୋର୍ଟ ନୁହେଁ, ବରଂ ସିମେନ ଏବଂ ରକ୍ତ ନମୁନା ବି ସଂଗ୍ରହ କରାଯାଇଥିଲା। ସମସ୍ତ ନମୁନାକୁ ସେଣ୍ଟ୍ରାଲ ଲାବୋରେଟୋରୀ ଅଫ୍‌ ଫରେନ୍‌ସିକ ସାଇନ୍ସକୁ ପଠାଯାଇଥିଲା। ଏହାପରେ ଡିଏନ୍‌ଏ ଟେଷ୍ଟ ହୋଇଥିଲା। ଡିଏନ୍‌ଏ ଟେଷ୍ଟ ତିନି ଅଭିଯୁକ୍ତଙ୍କ ରକ୍ତ ନମୁନା ସହିତ ମେଳ ଖାଇଥିଲା, ଯାହା ଆଧାରରେ ଅଭିଯୁକ୍ତମାନେ ଦୋଷୀ ପ୍ରମାଣିତ ହୋଇଥିଲେ ବୋଲି ପୀଡ଼ିତ ପକ୍ଷ ଓକିଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.