ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ କାଲିଠାରୁ ଚାଲିବ ଦୁଇ ମହଲା ଟ୍ରେନ, ଜାଣନ୍ତୁ ଟାଇମ-ଟେବଲ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରେଳ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏବେ ଲକ୍ଷ୍ନୌ ଜଙ୍କସନ୍‌ ଠାରୁ ଦିଲ୍ଳୀ ଆନନ୍ଦ ବିହାର ମଧ୍ୟରେ ଚାଲିବ ଦୁଇ ମହଲା ଟ୍ରେନ । ଦୀର୍ଘ ୩ ବର୍ଷ ଧରି ଏହି ଟ୍ରେନ ଚାଲିବାର ଅପେକ୍ଷାରେ ଯାତ୍ରୀ ଥିଲେ । ଆସନ୍ତା ମଇ ୧୦ ତାରିଖରୁ ଏହା ପଟ୍ରି ଉପରେ ଚାଲିବ ବୋଲି ଜଣାପଡ଼ିଛି । ଏହି ଟ୍ରେନ ସପ୍ତାହରେ ୬ ଦିନ ଯାଗାରେ ୪ ଦିନ ଚାଲିବ ବୋଲି ରେଳବାଇ ବୋର୍ଡ ପ୍ରକାଶ କରିଛି ।

ଏବେ ଠାରୁ ଏହି ଟ୍ରେନରେ ସିଟ ପାଇଁ ସଂରକ୍ଷଣ ଟିକଟ ବୁକିଂ ଆରମ୍ଭ ହୋଇଯାଇଛି । ଏହି ଟ୍ରେନ ଚାଲିବା ଆରମ୍ଭ ହେଲେ ଗୋମତି ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ଶତାବ୍ଦି ଏକ୍ସପ୍ରେସ ସମେତ ଅନ୍ୟ ଟ୍ରେନରେ ଭିଡ କମିବ । ଫଳରେ ପୂର୍ବ ପରି ଯାତ୍ରୀମାନେ ଭିଡରେ ଯିବା ପାଇଁ ଯେଉଁ ହଇରାଣ ହେଉଥିଲେ, ସେ ଅସୁବିଧା କମିବ ।

ଏହି ଦୁଇ ମହଲା ଟ୍ରେନ ନମ୍ବର ୧୨୫୮୩ ଥିବା ବେଳେ ୧୦ ମଇରୁ ସପ୍ତାହକୁ ମଙ୍ଗଳ ବାର, ଗୁରୁ ବାର, ଶୁକ୍ର ବାର ଓ ରବି ବାର ଏମିତି ୪ ଦିନ ଚାଲିବ । ଲକ୍ଷ୍ନୌ ଜଙ୍କସନରୁ ଏହି ଦୁଇ ମହଲା ଟ୍ରେନ ସକାଳ ୪:୫୫ ରୁ ଯାତ୍ରା ଆରମ୍ଭ କରି ବରେଲି, ମୁରାଦାବାଦ ଦେଇ ଦିନ୧୨:୫୫ ରେ ଆନନ୍ଦ ବିହାରରେ ପହଞ୍ଚିବ ।

ସେହିପରି ଫେରନ୍ତା ଦୁଇ ମହଲା ଟ୍ରେନ ନମ୍ବର ୧୨୫୮୪ ମଇ ୧୦ ରୁ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ଦିନ ୨:୦୫ ରୁ ଆନନ୍ଦ ବିହାରରୁ ବାହାରି ଲକ୍ଷ୍ନୌ ଜଙ୍କସନରେ ରାତି ୧୦:୩୦ ରେ ପହଞ୍ଚିବ ବୋଲି ରେଳବାଇ ପକ୍ଷରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.