ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା, ୨ ଆତଙ୍କୀ ସଫା

ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା। ୨ ଆତଙ୍କୀ ସଫା। ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏନକାଉଣ୍ଟରରେ ଟଳିଲେ ୨ ହିଜାବୁଲ ଆତଙ୍କୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜାବୁଲ ଡିଷ୍ଟ୍ରିକ୍ଟ କମାଣ୍ଡର ସିରାଜ ଏ ଲୋନ ଓ ୟାବର ଅଲ୍ଲୀ ଚୋପନଙ୍କ ମୃତ୍ୟୁ ହୋଇଛି।

ସିରାଜ ୨୦୧୬ରୁ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିଲା। ବହୁ ଆତଙ୍କୀ ଘଟଣାରେ ତା’ର ହାତ ରହିଛି। ଏହା ସହ ଯୁବକମାନଙ୍କୁ ଆତଙ୍କୀ ସଂଗଠନରେ ମିଶାଇବା ପାଇଁ କାର୍ଯ୍ୟ କରୁଥିଲା ସିରାଜ। ଅନ୍ୟପଟେ ୟାବର ୩ମାସ ହେବ ହିଜାବୁଲରେ ସାମିଲ ହୋଇଥିଲା। ସିରାଜର ଏନକାଉଣ୍ଟର ଆମ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.