ଦେଶ ବିଦେଶ

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ । ଯଦି ଆପଣ ଗାଡି ଧୋଉଥିବା କିମ୍ବା ଘରର ଟାଙ୍କି ଓଭରଫ୍ଲୋ ହେବା ସମୟରେ ଧରାପଡିଲେ ତେବେ ମଧ୍ୟ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ ଟିମ୍‌ ଏହି କାମ କରିବ । ଭୀଷଣ ଗରମ ଯୋଗୁଁ ଦିଲ୍ଲୀରେ ପାଣି ସମସ୍ୟା ଦେଖାଦେଇଛି । ଏମିତିରେ ଦିଲ୍ଲୀବାସୀ ପାଣିର ଦୂରୁପଯୋଗ କରୁଥିବାର ଦେଖିବାକୁ ମିଳିଲେ, ୨ ହଜାର ଟଙ୍କା ଚାଲାଣ କଟିବ ।

ଯଦି ଆପଣ ପାଣି ନଷ୍ଟ କରୁଥିବେ କିମ୍ବା ଆପଣଙ୍କ ଟାଙ୍କିରୁ ପାଣି ଓଭରଫ୍ଲୋ ହେଉଥିବ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ସେହିପରି ଗାଡି ଧୋଇବାରେ ପାଣି ଅପଚୟ କରୁଥିଲେ ମଧ୍ୟ ଜରିମାନା ଲାଗିବ ।

ଏହାପୂର୍ବରୁ ଖବର ଆସିଥିଲା କି, ଦିଲ୍ଲୀରେ ଭୀଷଣ ଗରମ ଯୋଗୁଁ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ । ଏହିସମୟରେ ତାଙ୍କର କୌଣସି ପାରିଶ୍ରମିକ କଟିବ ନାହିଁ । ଭୀଷଣ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଉପରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀରେ ଏବେ ୫୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରମିକଙ୍କୁ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଆଇଟି ସହର ବେଙ୍ଗାଲୁରୁରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁରେ ପାଣି ସଙ୍କଟ ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗିଥିଲେ ବାସିନ୍ଦା । ବେଙ୍ଗାଲୁରୁ ପାଣି ସଙ୍କଟ ଦେଖି ଏଭଳି ନିଷ୍ପତ୍ତି ନେଇଥିଲେ ସରକାର । ତେଣୁ ପାଣି ଅପଚୟ କଲେ ୫ ହଜାର ଜରିମାନା ଲାଗୁ କରାଯାଇଥିଲା । ବେଙ୍ଗାଲୁରୁ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା ।

ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (BWSSB) କହିଛି ଯେ, କାର୍ ଧୋଇବା କିମ୍ବା ବଗିଚା ପାଇଁ ପାନୀୟ ଜଳ ବ୍ୟବହାର କରିଥିବାରୁ ୨୨ଟି ପରିବାର ଜରିମାନା ଦେଇଥିଲେ । ବେଙ୍ଗାଲୁରୁରେ ୩୦୦୦ ରୁ ଅଧିକ ବୋରୱେଲ ଶୁଖି ଯାଇଥିଲା । ବର୍ଷା ଅଭାବରୁ ସମଗ୍ର କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଙ୍ଗାଲୁରୁରେ କାର ଧୋଇବା, ଗାର୍ଡେନିଙ୍ଗ, କନଷ୍ଟ୍ରକ୍ସନ୍‌, ରୋଡ଼ କନଷ୍ଟ୍ରକ୍ସନ୍‌ କିମ୍ବା ଓ୍ଵାଟର ଫାଉଣ୍ଟେନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା ।

Swagatika

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago