ପୁଣି ଏକ ଟ୍ରେନ ଦୁର୍ଘଟଣା, ହାୱଡାରେ ଦୁଇଟି ଟ୍ରେନ ଧକ୍କା, ୩ ବଗି ଲାଇନଚ୍ୟୁତ

ହାୱଡାର ସନ୍ତରାଗାଛି ଏବଂ ଶାଲୀମାର ଷ୍ଟେସନ ମଧ୍ୟର ପରସ୍ପର ମଧ୍ୟରେ ଧକ୍କା ହେଲେ ଦୁଇ ଟ୍ରେନ । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାରେ କୌଣସି ଜନହାନୀ ହୋଇନାହିଁ ।

ଖବର ମୁତାବକ, ସନ୍ତରାଗାଛି ତିରୁପତି ଏକ୍ସପ୍ରେସ ସନ୍ତରାଗାଛିରୁ ଶାଲୀମାର ଯାଉଥିବା ବେଳେ ସାଇଡ ଲାଇନରେ ଗୋଟିଏ ଇଂଜିନି ଦୁଇଟି ବଗିକୁ ଟାଣୁଥିଲା । ଫଳରେ ଦୁଇଟି ଯାକ ଟ୍ରେକ ସାମ୍ନାସାମ୍ନି ହୋଇଥିଲେ । ଏହି କାରଣରୁ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଲାଇନଚ୍ୟୁତ ହୋଇଥିବା ବଗିକୁ ହଟାଇବା ପାଇଁ କାମ ଆରମ୍ଭ ହୋଇଛି । ରେଳ ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ରେଳଷ୍ଟେସନରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଯୋଗୁଁ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା । ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍‌ ଭିଡ଼ି ଦେଇଥିଲେ । ଜଲଗାଓଁ ଠାରୁ ୨୦ କିମି ଦୂରରେ ପୁଷ୍ପକ ଏକ୍ସପ୍ରେସରୁ କିଛି ଯାତ୍ରୀ ନିଆଁ ଲାଗିଥିବା ଶୁଣି ଟ୍ରେନରୁ ଡେଇଁପଡିଥିଲେ । ଫଳରେ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା ।  ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଦେଢ ଲକ୍ଷ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

Also Read : ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

You might also like